csstore

ନୂଆପଡ଼ାରେ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀଙ୍କୁ ସ୍ଵାଗତ : ଜିଲ୍ଲା ବିକାଶ ମେଳାରେ ଯୋଗଦେବେ ମନ୍ତ୍ରୀ

ନୂଆପଡ଼ା : ନୂଆପଡ଼ାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଗୁରୁବାର ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ । ପୂର୍ବାହ୍ଣରେ ଟ୍ରେନ୍‌ ଯୋଗେ ନୂଆପଡା ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶ, ଏସପି ଜିଆର ରାଘବେନ୍ଦ୍ର ପହଞ୍ଚି ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ପୂର୍ବତନ କଳାହାଣ୍ଡି ସଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ବରିଷ୍ଠ ନେତା ସରୋଜ ସାହୁ, ସୁଶାନ୍ତ ପତି, ତୁଳସୀ ପଟେଲ, ସଦାନନ୍ଦ ଯୋଶୀ ପ୍ରମୁଖ ପୁଷ୍ପଗୁଛ ଦେଇ ସ୍ଵାଗତ କରିଛନ୍ତି ।

jayashree
Leave A Reply

Your email address will not be published.