pakka

ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପ୍ରତିଷ୍ଠା ହେଲା ନିଜସ୍ୱ ଅଗ୍ନିଶମ ସେବା କେନ୍ଦ୍ର

bbehera
  • ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠାରେ ସରକାରଙ୍କ ମାଇଲ୍‌ଖୁଣ୍ଟ ସ୍ଥାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ନିମନ୍ତେ ଚିତ୍ରକୋଣ୍ଡା ଠାରେ ଏବଂ ମୟୁରଭଂଜ ଜିଲ୍ଲାର କୁଳିଅଣା ବ୍ଳକ୍‌ ଅଧୀନସ୍ଥ ଚାନ୍ଦୁଆ ଠାରେ ଅଗ୍ନିଶମ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ କରାଯାଇଛି । ଏହି ଦୁଇଟି କେନ୍ଦ୍ର ସ୍ଥାପନ ସହିତ ସାରା ରାଜ୍ୟର ୩୧୪ଟି ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ପୂରଣରେ ରାଜ୍ୟ ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଆଭାସୀ ଭାବେ ଯୋଗ ଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର), ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଣି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ମାଲକାନଗିରି ପ୍ରମୁଖ ଯୋଗ ଦେଇଥିଲେ । ଏହି ଉଭୟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୧୫ ଜଣ ଲେଖାଏଁ କର୍ମଚାରୀ ମୁତୟନ ସକାଶେ ମଂଜୁରୀ ପ୍ରଦାନ କରିଛନ୍ତି । ଚିତ୍ରକୋଣ୍ଡା ଠାରେ ପ୍ରତିଷ୍ଠା କରାଯାଇଥିବା ଏହି ନୂତନ ଅଗ୍ନିଶମ କେନ୍ଦ୍ର ଜିଲ୍ଲାର ସ୍ୱାଭିମାନ ଅଂଚଳର ଆବଶ୍ୟକତା ପୂରଣ କରିବ । ଜିଲ୍ଲାପାଳ, ମାଲକାନଗିରି ଏହି କେନ୍ଦ୍ର ପାଇଁ ଆବଶ୍ୟକୀୟ ସରକାରୀ ଜମି ଯୋଗାଇ ଦେଇଥିବା ବେଳେ ଚାନ୍ଦୁଆ କେନ୍ଦ୍ର ସକାଶେ ଚିହ୍ନିତ ଜମି ନିମନ୍ତେ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କଠାରୁ ଜଙ୍ଗଲ ମଂଜୁରୀ ପ୍ରଦାନ ବାକି ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

nine + eleven =