pakka

ଗ୍ରାସୀମ କାମ୍ପାନୀ ପାର୍ଶ୍ଵ କିଆବୁଦାରେ ଅଗ୍ନିକାଣ୍ଡ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ ବାଉଣ୍ଡ୍ରି ପାର୍ଶ୍ଵ ଖଣ୍ଡେଶ୍ୱର ଶୈବପୀଠ ନିକଟସ୍ଥ କିଆବୁଦାରେ କୌଣସି କାରଣ ବସତଃ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି କମ୍ପାନୀ ପ୍ରତି ବିପଦ ସୃଷ୍ଟି କରିଥିଲା । ଯାହାକୁ ନେଇ କମ୍ପାନୀର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କମ୍ପାନୀ ସେପ୍ଟି ହେଡ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଇଲେକ୍ଟ୍ରିକାଲ ହେଡ ନିଖିଳ ମାହେଶ୍ୱରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ସିକ୍ୟୁରିଟି ଡିପାର୍ଟମେଂଟଙ୍କ ଉପସ୍ଥିତିରେ କିଆବୁଦାରେ ଜଳ ସିଞ୍ଚନ କରାଯାଇ ନିଆଁକୁ ଆୟତ୍ତ କରାଯାଇ ବଡ଼ ଅଘଟଣ ଏଡାଇ ଦିଆଯାଇଥିଲା ।

Leave A Reply

Your email address will not be published.

4 × 2 =