ଆଗଲପୁର ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ସରପଞ୍ଚ ସଙ୍ଘ ତରଫରୁ ତହସିଲଦାର ଆଗଲପୁରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ମିଗ୍‌ଜୋମ ପ୍ରଭାବ ହେତୁ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଚାଷୀ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛି । ଧାନ ଚାଷ କରି ଚାଷୀ ଋଣ ସମବାୟ ସମିତିରୁ ଆଣି ଚାଷ ପାଇ ବିହନ, ମୂଲିଆ, ସାର, ବିଷର ଖର୍ଚ୍ଚାନ୍ତ ହୋଇ ଧାନ ଚାଷ ବହୁତ କଷ୍ଟରେ କରିଥିଲା । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ କ୍ଷୟକ୍ଷତିର ପରିମାଣ ବଢିଛି । ଋଣ କରଜ କରି ଚାଷୀ ଚାଷ କାର୍ଯ୍ୟ କରିଥିବାରୁ ଚାଷୀର ମାନସିକ ଅବସ୍ଥା ଠିକ ନାହଁ । କାହାର ପାଚିଲା ଧାନ ପଡିଯାଇ ପାଣିରେ ବୁଡିଛି ତ କାହାର ପେଟା ଗଜା ହୋଇଯାଇଛି । ଏ ସମସ୍ୟାକୁ ନେଇ ଆଜି ବ୍ଲକ ସରପଞ୍ଚ ସଙ୍ଘ ଆଗଲପୁର ତହସିଲଦାରଙ୍କ ଦ୍ୱାରସ୍ତ ହୋଇଛନ୍ତି ଓ ଏକ ଅଭିଯୋଗ ପତ୍ର ଦେଇ ସଠିକ କ୍ଷୟକ୍ଷତି ଆକଳନ କରିବାକୁ ସରପଞ୍ଚ ସଙ୍ଘ ସଭାପତି ବିଜୟ ବେହେରା, ସମ୍ପାଦକ ଜୟଲାଲ ସିନ୍ଦୁର, କୋଷାଧକ୍ଷ ଅଶୋକ ପଟେଲଙ୍କ ସମେତ ସରପଞ୍ଚ ଡିଗ୍ରୀ ମେହେର, ରଥି ସାହୁ, ରବି ବସ୍ତିଆ, ରବୀନ୍ଦ୍ର ସାହୁ, ଶ୍ଵେତା ପୁରୋହିତ, ସୁମିତା ସାହୁ, ତପସ୍ୱିନୀ ସେଠ, ମାମି ସାହୁ, ପ୍ରମିଳା ସାହୁ, ରୀନା ପଧାନ, ପୁଷ୍ପାଞ୍ଜଳି ସାହୁ, ଜୟନ୍ତୀ ସେଠ ପ୍ରମୁଖ ତହସିଲଦାରଙ୍କୁ ଭେଟି ଦାବିପତ୍ର ଦେଇ ଚାଷୀଙ୍କ କ୍ଷୟକ୍ଷତିର ସଠିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

20 + 17 =