csstore

ବିଜୁ ଶିଶୁ ସୁରକ୍ଷା ଯୋଜନାର ସହାୟତା ପ୍ରଦାନ ପାଇଁ ଶିଶୁ ମଙ୍ଗଳ ସମିତିର କ୍ୟାମ୍ପକୋର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ଵାରା ସରକାରୀ ପଲି ଟେକ୍‌ନିକ୍ ଶିକ୍ଷାନୁଷ୍ଠ।ନ ଓ ଶିଳ୍ପ ତାଲିମ ଅନୁଷ୍ଠାନ, ବଲାଙ୍ଗିରଠାରେ ଶିଶୁ ମଙ୍ଗଳ ସମିତିରର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ୟାମ୍ପକୋର୍ଟରେ ଅସୁବିଧା ତଥା ଗରିବ ପରିବାରରୁ ଅଧ୍ୟୟନରତ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରୁ ସହାୟତା ପାଇଁ ହିତାଧିକାୀମାନଙ୍କୁ ହାଜର କରାଗଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୀତାରାମ ହୋତା, ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ସାମାଜିକ କର୍ମୀ ଅରୁଣ କୁମାର ଖୁଆସ୍, ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି, ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନିତ। ସାହୁ, ଅମରେନ୍ଦ୍ର ନାୟକ, ଅଧ୍ୟାପକ ଆବ୍ରହମ ଶବର, ଶମ୍ଭୁ ସାହୁ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.