pakka

କୂଅରୁ ମିଳିଲା ମହିଳାଙ୍କ ମୃତଦେହ : ସ୍ୱୀମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

bbehera

ଢେଙ୍କାନାଳ : ପାରିବାରିକ କଳହରୁ କରୁଣ ପରିଣତି । ମୃତ ମହିଳାଙ୍କ ସ୍ୱାମୀ ତାଙ୍କୁ ହତ୍ୟା ପରେ କୂଅରେ ପକାଇଦେଇଥିବା ଅଭିଯୋଗ ଉଠାଇଛନ୍ତି ଖୋଦ ମୃତ ମହିଳାଙ୍କ ବାପଘର ଲୋକେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କୋଟଗରା ଗ୍ରାମରେ । ମୃତ ମହିଳା ଜଣଙ୍କ କୋଟଗରା ତଳସାହିର ଟଙ୍କଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକ ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବାସନ୍ତୀ ଗତ ୧୦ ବର୍ଷ ପୂର୍ବେ ଟଙ୍କଧରଙ୍କୁ ବିବାହ କରିଥିଲେ । ମାତ୍ର ଗତ କିଛି ବର୍ଷ ହେଲା ଟଙ୍କଧର ବାସନ୍ତୀଙ୍କୁ ମାରପିଟ କରିବା ସହିତ ସହିତ ନାନା ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ରବିବାର ମାରିଦେବା ପାଇଁ ଧମକ ଦେଇଥିବା ବେଳେ ରାତିରେ ହତ୍ୟାକରି କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ । ଅଭିଯୋଗ ପରେ ତୁମୁସିଂହା ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

eleven − one =