pakka

ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କ ଆତ୍ମହତ୍ୟା

bbehera

ସୋର : ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କ ଆତ୍ମହତ୍ୟା । ବାଲେଶ୍ଵର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ କର୍ମୀ ଜଣଙ୍କ ହେଲେ ଗ୍ରାମର ସବିତା ମହାନ୍ତି (୪୦)ବୋଲି ଜଣାପଡିଛି । ସୂଚନାଅନୁଯାୟୀ, ସବିତା ଗତ ୮ ବର୍ଷ ଧରି ସ୍ଥାନୀୟ ହଂସୀପଟଣା ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସୋମବାର ସକାଳେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିବା ବେଳେ ଛୁଟି ପରେ ପିଲାମାନଙ୍କୁ ତାଙ୍କ ଘରେ ଛାଡିଥିଲେ । ସେଠାରୁ ଫେରିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପରେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଭିତର ପଟୁ ପଡିଥିବା ଦେଖି ତାଲା ଭାଙ୍ଗିବା ପରେ ସବିତାଙ୍କୁ ଫ୍ୟାନ୍‌ରେ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସବିତାଙ୍କ ୧୭ ବର୍ଷ ବୟସ୍କ ପୁଅ ଗତ ଦୁଇ ମାସ ତଳେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସେବେଠାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.

9 − one =