ପଙ୍ଖାରେ ଶାଢ଼ୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳ ଡ଼ଙ୍ଗାବାହାଲ ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାମ କୁଶ ଦୀପ (୨୯) ଗ୍ରାମ ଡ଼ଙ୍ଗାବାହାଲ ବୋଲି ଜଣାପଡିଛି । ପ୍ରକାଶ ଯେ, ଏହି ଫାଣ୍ଡି ଅଧୀନ କୁଇକେଡା ପଞ୍ଚାୟତ ଡ଼ଙ୍ଗାବାହାଲ ଗ୍ରାମ ଅସାଧୁ ଦୀପଙ୍କ ପୁଅ କୁଶ ଦୀପ ନାମକ ଜୈନିକ ଯୁବକ ଘରୋଇ କଳହକୁ କେନ୍ଦ୍ର କରି ଗତ ରାତିରେ ଘର ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇଁ ଘଟଣାସ୍ଥଳକୁ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ସଦଳବଳେ ପହଂଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼କୁ ପଠାଇଛି । ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.

eleven − seven =