ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ବଡ଼ମାଳ ଅଞ୍ଚଳରେ ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗରେ ଯୌତୁକ ପ୍ରଧାନ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଥାନା କେସ ନଂ ୬୧/୨୪ରେ ଏକ ମାମଲା ରୁଜୁ କରି ଭାରତୀୟ ପିଙ୍ଗଳ କୋଡ଼ ନଂ ୩୪୧/୨୯୪/୩୨୩/୩୦୭/୫୦୬ ଦଫା ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟଙ୍କୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ କିଶୋର ଚନ୍ଦନ (୩୯) ଗ୍ରାମ ଫପସି ବୋଲି ଜଣାପଡିଛି । ପ୍ରକାଶ ଯେ, ଗଣ୍ଡପତ୍ରାପାଲି ପଞ୍ଚାୟତ ଅଧୀନ ଫପସି ଗାଁର ଯୌତୁକ ପ୍ରଧାନ ନାମକ ଜୈନିକ ବ୍ୟକ୍ତି ଘର ସମ୍ମୁଖରେ ନିଜ ଘର ପାଇଁ ରୋଷଇ କରିବା ପାଇଁ କାଠ କାଟୁଥିଲେ । ଏହି ସମୟରେ ସେହି ଗାଁର କିଶୋର ଚନ୍ଦନ ନାମକ ଜଣେ ଯୁବକ କାଠ କଟାକୁ ବିରୋଧ କରି ଘର କାନ୍ଥରେ ବାଜିଲେ କାନ୍ଥରେ ଦାଗ ହେବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ରାତିରେ କିଶୋର ଏକ ଟାଙ୍ଗିଆ ଧରି ଯୌତୁକଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆ ଦ୍ୱାରା ଆକ୍ରମଣ କରିଥିଲେ । ଫଳରେ ଗୋଡ଼ ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାଯାଇଛି । ଉକ୍ତ ଘଟଣାକୁ ନେଇ ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ମାମଲାକୁ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.

nineteen − 9 =