ଖଲ୍ଲିକୋଟ ରାଣୀସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ

  • କ୍ରନ୍ଦନର ରୋଳରେ ଖଲ୍ଲିକୋଟଗଡ଼ ଶୋକାଭିଭୂତ ହୋଇଉଠିଥିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ରବିବାର ପ୍ରାତଃରେ ଖଲ୍ଲିକୋଟ ନଗରୀରେ ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବହୁ ନେତୃବର୍ଗଙ୍କ ଯୋଗଦାନ ଓ ସମୂହ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଣୀମାଆଙ୍କ ନିର୍ମଳଝର ନିକବର୍ତ୍ତୀ ବଙ୍ଗଳାରେ ଶେଷ ଦର୍ଶନ ପାଇଁ ପାର୍ଥିବ ଶରୀର ରଖାଯାଇଥିଲା । ସବୁଆଡ଼େ କ୍ରନ୍ଦନର ରୋଳରେ ଖଲ୍ଲିକୋଟଗଡ଼ ଶୋକାଭିଭୂତ ହୋଇଉଠିଥିଲା । ପୂର୍ବାହ୍ନରେ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ନଗରୀ ପରିକ୍ରମଣ କରଯାଇଥିଲା । ରବିବାର ସନ୍ଧ୍ୟାରେ ଶେଷ ଦର୍ଶନ ସହ ଖଲ୍ଲିକୋଟ ରାଜ-ଶ୍ମଶାନରେ ରାଜଜେମାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଯାଇଛି । ତାଙ୍କର ପୋଷ୍ୟ ପୁତ୍ର ଡ଼ା. ସାକେତ ରାମାରାଓ ମୁଖାଗ୍ନି ଦେଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକ ଓ ବରେଣ୍ୟ ନେତୃବର୍ଗ ଯୋଗଦାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଶେଷ ସମ୍ମାନ ଓ ଶେଷ ଦର୍ଶନ କରି ରାଣୀମାଆଙ୍କୁ ପ୍ରଣତି ଜଣାଇଥିଲେ ।

Leave A Reply

Your email address will not be published.

fourteen − six =