ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର, ବିବିଏମ୍‌ସିଏଚ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର ହୋଇପଡ଼ିଥିବା ବେଳେ ଦୁହିଁଙ୍କୁ ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ରଣ୍ଡା ଗାଁର ଦୁଇଜଣ ସାଙ୍ଗ ସୁରେଶ ବୁଡେ଼କ(୨୩) ଓ ରବି ବେହେରା(୨୨) ଅନ୍ୟ ଜଣେ ସାଂଗଙ୍କୁ ବଲାଙ୍ଗିର ରେଳ ଷ୍ଟେସନରେ ଛାଡ଼ି ଫେରୁଥିବା ବେଳେ ମଲମୁଣ୍ଡା ପେଟ୍ରୋଲ୍‌ ପମ୍ପ ପାଖରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡ଼ି ଯାଇଥିଲେ । ଏଥିରେ ସୁରେଶଙ୍କ ଗୋଡ଼ ଭାଂଗିବା ସହ ସାରା ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ସେ ଗୁରୁତର ହୋଇପଡ଼ିଛନ୍ତି । ସେହିଭଳି ରବି ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

seven − 3 =