csstore

ଲକ୍ଷ୍ମୀବସ୍‌ କଣ୍ଡକ୍ଟର ଓ ଡ୍ରାଇଭର ନିଯୁକ୍ତି ନାଁରେ ଟଙ୍କା ଆଦାୟ ଅଭିଯୋଗ : ଟିଟିଲାଗଡ଼ ଥାନାରେ ଏତଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ଏକ ତାରିଖ ଗୁରୁବାର ଦିନ ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ଓ ଡ୍ରାଇଭର ଭାବେ ନିଯୁକ୍ତି ଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଆଦାୟ ଭିଡ଼ିଓ ଖବର ପ୍ରସାରଣ ହେବା ପରେ ଓଏସ୍‌ଆର୍‌ଟିସି ବିଭାଗର ବଲାଙ୍ଗିର ୟୁନିଟ ପରିବହନ ଅଧିକାରୀ ଅମିତ କୁମାର ମିଶ୍ର ଶୁକ୍ରବାର ସଂଧ୍ୟାରେ ଟିଟିଲାଗଡ଼ ଥାନାକୁ ଆସି ଏ ବିଷୟରେ ଥାନାଧିକାରୀ ଅବନୀ ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉ କି ଯେ ସଞ୍ଜୀବ ନାଏକ ନାମକ ବ୍ୟକ୍ତି ଇଣ୍ଟରଭ୍ୟୁରେ ପାସ କରେଇ ଚାକିରୀ କରାଇବା ଆଳରେ ଆବେଦନ କରିଥିବା ପ୍ରତ୍ୟାସିଙ୍କଠାରୁ ଟଙ୍କା ଆଦାୟ ଭିଡ଼ିଓ ଭାଇରାଲ ହେବା ପରେ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଥାନାରେ ଏତଲା ଦେଇଛନ୍ତି । ଥାନାଧିକାରୀ ଅବନି ସାହୁ ଏ ଦିଗରେ ଯେତେ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.