jayashree

ଚେକ୍‌ଡ୍ୟାମ କାମ ନିମ୍ନମାନର ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଠାରୁ ନିଆପାଲି ଗ୍ରାମ ପଞ୍ଚାୟତ ଅମରାମୁଣ୍ଡା ଗ୍ରାମ ନିକଟସ୍ଥ କୁଲାରି ନାଳାରେ ନୂତନ ଭାବେ ନିର୍ମିତ ଚେକ୍‌ଡ୍ୟାମ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ସୂଚନା ଫଳକ ନଥିବାରୁ କେଉଁ ଅନୁଦାନର କାମ ? କେତେ ଟଙ୍କାର କାମ ? ଅଟକଳ ପରିମାଣ କେତେକେ ଫଣ୍ଡରୁ ଆସିଛି ? ଠିକାଦାର କିଏ ? ସମୟ ସୀମା କେବେ ଠାରୁ ଆରମ୍ଭ ହୋଇ କେବେ ସରିବ ? କୌଣସି ସୂଚନା ଦିଆଯାଇ ନାହିଁ । ତେଣୁ ଚାଷୀ, ଜନସାଧାରଣ କୌଣସି ତଥ୍ୟ ଜାଣିପାରୁନଥିଵା ଅଭିଯୋଗ ହୋଇଛି । ଉକ୍ତ ନାଳରେ କ୍ଷୀପ୍ର ଗତିରେ ବନ୍ୟା ଜଳ, ବର୍ଷା ଜଳ ପ୍ରବାହିତ ହୋଇଥାଏ ତେଣୁ ଏହାକୁ ଅଟକାଇବା ପାଇଁ ଚେକ୍‌ଡ୍ୟାମ ନିର୍ମାଣ ଚାଲିଛି । ଅଞ୍ଚଳରେ ଭରସୂଜା ଓ ଅମରାମୁଣ୍ଡାର ଶତାଧିକ ଚାଷୀ ଉପକୃତ ହେବେ ବୋଲି ସୂଚନା ମିଳିଛି । ତେଣୁ ଏହି କାମକୁ ଠିକ୍ ଭାବେ ନ କଲେ ଆଗାମୀ ବର୍ଷା ଦିନରେ ଭୁଶୁଡ଼ି ଯିବାର ସମ୍ଭାବନା ଅଛି ବୋଲି ଚାଷୀମାନେ ମତପ୍ରକାଶ କରିଛନ୍ତି । ଅଧିକ ପରିମାଣ ବାଲି ଯଥା ୧୦/୧୨ ଟି ବାଲି, ରେଗେଟି ଦିଆଯିବା ସହ ୮ ଏମ୍‌ଏମ୍‌ ଛଡ, ଜେ କେ କମ୍ପାନୀର ଲୋକାଲ୍‌ ସିମେଣ୍ଟ ଦିଆଯାଉଛି, ତେଣୁ ଅତି ହାଲୁକା କାମ ଯୋଗୁଁ ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିବା ସମ୍ଭାବନା ଅଛି ବୋଲି ଚାଷୀ ମହଲରେ ଆଶଙ୍କା ଦେଖାଦେଉଛି । ଏହା ବ୍ୟତୀତ ଏହି କାର୍ଯ୍ୟକୁ କୌଣସି ଯନ୍ତ୍ରୀ, ଠିକାଦାର କିମ୍ବା ଉଚ୍ଚସ୍ତରୀୟ ଅଧିକାରୀ ଆସୁନଥିବାରୁ ଶ୍ରମିକ ଭରସାରେ କାମ ଚାଲିଛି ବୋଲି ଅଭିଯୋଗ ହୋଇଛି । ଏହି ଅଞ୍ଚଳର ଚାଷୀମାନେ ଅଭିଯୋଗ କରିବାକୁ ଗଲେ ସେଠାରେ ଠିକାଦାର ବିଭାଗୀୟ, ଯନ୍ତ୍ରୀ କାହାକୁ ନପାଇ ଶ୍ରମିକମାନଙ୍କୁ କହୁଥିବା ସୂଚନା ଦେଇଛନ୍ତି । ତେଣୁ ଆଗାମୀ ଦିନରେ ଏହି କାର୍ଯ୍ୟକୁ ଠିକ୍ ଭାବେ କରିବାକୁ ଅଞ୍ଚଳର ବିକ୍ରମ ବାଗ, ଧିରେନ୍ ପଧାନ, ଗୋପାଳ ପଟେଲ, ସମାରୁ ଭୁଏ, ସିଜନ୍ ସାହୁ, ପବିତ୍ର ପୁଟେଲ, ଅଶୋକ ପାତ୍ର, ବେଣୁଧର ପଧାନ, କଷ୍ଟ ସାହୁ ପ୍ରମୁଖ ଶତାଧିକ ଚ।ଷୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.