jsm

କଣ୍ଟାବାଞ୍ଜିରେ ଜଳ ଉତ୍ସବ ହେଲା ବନ୍ଦ : ୱାର୍ଡ ସଭ୍ୟଙ୍କୁ ଅଣଦେଖା ଅଭିଯୋଗ

csstore

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାବାଞ୍ଜି ସହର ଶିବ ବନ୍ଧ ଠାରେ କଣ୍ଟାବାଞ୍ଜି ଏନ୍‌ଏସି ତରଫରୁ ବୁଧବାର ଜଳ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନଗରପାଳ ବରିୟାମ ସିଂ ସାଲୁଜ ଓ କାଉନସିଲର ସୂର୍ଯ୍ୟ ପ୍ରତାପ ମିଶ୍ରଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ଅନ୍ୟ କାଉନସିଲର ମାନଙ୍କୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ଅନ୍ୟ କାଉନସିଲରମାନେ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ୱାର୍ଡ ସଭ୍ୟ ମାନେ ତାଙ୍କୁ ନିମନ୍ତ୍ରଣ ନକରିବା ପ୍ରର୍ଯ୍ୟନ୍ତ ଏହି ଜଳ ଉତ୍ସବ କାର୍ଯ୍ୟକ୍ରମ ପାଳନ କରିଦେବେ ନାହିଁ ବୋଲି ଜିଦ ଧରି ବସିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଓ ଏନ୍‌.ଏନ୍‌.ସି ଅଧିକାରୀ କାର୍ଯ୍ୟକ୍ରମ ବାତିଲ କରି ଚାଲିଯାଇଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ପଚାରିବାରୁ ସେ କୌଣସି ପ୍ରକାର ପ୍ରତିକ୍ରିୟା ନଦେଇ ସାମ୍ବାଦିକ ମାନଙ୍କୁ ଭିଡିଓ ନକରିବା ପାଇଁ କହିଥିଲେ । ପରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ ଆଣି ତାଙ୍କୁ ବଦଳି ଦାବୀରେ କଣ୍ଟାବାଞ୍ଜି ନଗରପାଳ ଓ ୱାର୍ଡ ସଭ୍ୟମାନେ ଏନ୍‌ଏସି ଅଫିସ ଗୃହ ମୁଖ୍ୟଗେଟରେ ତାଲା ପକାଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ନାରାବାଜି କରିଥିଲେ । ନିର୍ବାହୀ ଅଧିକାରୀ ସବୁବେଳେ କଣ୍ଟାବାଞ୍ଜି ସହରର ଉନ୍ନତିରେ ବାଧା ସୃଷ୍ଟି କରୁଛନ୍ତି, କାହାକୁ ନଜଣାଇ ସେ ଅନେକ ସମୟରେ ଛୁଟିରେ ରହୁଛନ୍ତି ଏବଂ ସବୁବେଳେ କଣ୍ଟାବାଞ୍ଜି ୱାର୍ଡ ସଭ୍ୟମାନଙ୍କୁ ଅଣଦେଖା କରି ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ନଗରପାଳ ଏବଂ ୱାର୍ଡ ସଭ୍ୟମାନେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

yuvodaya
Leave A Reply

Your email address will not be published.