pakka

ଗୁଡଭେଲାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଦ୍ୱିତୀୟ ସୋମବାର ଦିନ ଗୁଡଭେଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର, ପିଡି ଡିଆର୍‌ଡିଏ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗୁଡଭେଲା ବିଡିଓ ତହସିଲଦାର ତଥା ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଅଞ୍ଚଳର ବିଭିନ୍ନ ସମସ୍ୟାମୂଳକ ମୋଟ ୧୦୦ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍‌ମଧ୍ୟରୁ ୬୮ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଟ ୩୨ ଗୋଟି ଗ୍ରାମ୍ୟ ସମସ୍ୟାମୂଳକ ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଗୁଡଭେଲାର କମଲମଣୀ ଭୋଇ, ବାଗ୍‌ବାହାଲର ଦୁରା ରଣା, ମାଧେକେଲାର ବୁଇ ରଣା, ରୁଗୁଡିପାଲିର ବୈଦେହି ପାତ୍ର ଓ ଡାହିମାଲର ରମଣୀ ରଣାଙ୍କୁ ବିଧବା ଭତ୍ତା, ଦୁଲିକନାର ପ୍ରିନ୍ସ ଧରୁଆ ଓ କୁମ୍ଭାରପଦରର ବେଦମତି ମନହୀରାଙ୍କୁ ହ୍ୱିଲ ଚେୟାର ଏବଂ ଦେଓଗାଁ ବ୍ଲକର କୁଇବାହାଲ ଗ୍ରାମର ମା’ ଭଗବତୀ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ କ୍ଷମତା ଯୋଜନା ଜରିଆରେ ୫୦ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିଲେ । ସେହିପରି ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ରହେନମାଲ ଗ୍ରାମର ମାଲା ମହାନନ୍ଦଙ୍କୁ ୮ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

eighteen − 11 =