pakka

ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ

bbehera

ଲମତାପୁଟ : ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମରେ ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ମହିଳା ଜଣକ ହେଲେ ରାଧା ଖରା । ସୂଚନା ଅନୁସାରେ ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମର ରାଧା ଖରା ସବୁ ଦିନ ଭଳି ନିଜ ଗ୍ରାମ ଜଙ୍ଗଲ କୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ । କିନ୍ତୁ ଘରକୁ ଦୀର୍ଘ ସମୟ ଧରି ଫେରି ନଥିଲେ । ବହୁ ସମୟ ଧରି ଘରକୁ ନଫେରି ବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ । କିନ୍ତୁ ରାଧାଙ୍କ ସ୍ୱାମୀ ହିଁ ଗାଈ ଚରାଇବାକୁ ଯାଉଥିବା ସମୟରେ ରାଧାଙ୍କ ମୃତଦେହ ଗାଁ ନିକଟ ଜମିରେ ପଡିଥିବା ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ନିଜ ଘର ଲୋକଙ୍କୁ ଖବର ଦେଇଥିଲେ । ଶରୀର ପାଖା ପାଖି ୬୦ ଭାଗ ପୋଡି ଯାଇଥିବା ଜଣା ପଡ଼ିଛି । ଜଙ୍ଗଲରେ ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ଜଣକ ମୃତ୍ୟୁ ହୋଇ ଥିବା ଜଣାପଡିଛି । ଘଟଣା ସ୍ଥଳରେ ରାଣୀତୋଟା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

two × two =