pakka

ସିବିଆଇ ଜାଲରେ ପୋଷ୍ଟାଲ ଇନ୍ସପେକ୍ଟର

bbehera

ସୁନ୍ଦରଗଡ, (ସସ୍ମିତା ପଧାନ) : ସିବିଆଇ ଜାଲରେ ପୋଷ୍ଟାଲ ଇନ୍ସପେକ୍ଟର । ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ସୁନ୍ଦରଗଡ ମୁଖ୍ୟ ଡାକଘରର ପୋଷ୍ଟାଲ ଇନସପେକ୍ଟର ଉଜ୍ୱଳ କୁମାର ଧରାପଡିଛନ୍ତି । ସୂଚନା ଅନୁସାରେ ଗ୍ରାମୀଣ ଡାକ ସେବକ ବିକାଶ କିସ୍ ପଟ୍ଟାଙ୍କ ବକେୟା ଦରମା ବିଲ କରିବା ପାଇଁ ହେଡ୍ ପୋଷ୍ଟ ଅଫିସ ଇନସପେକ୍ଟର ଉଜ୍ୱଳ କୁମାର ୫ ହଜାର ଟଙ୍କା ଦେବାକୁ କହିଥିଲେ । ଏ ସମ୍ପର୍କରେ ବିକାଶ ଭୁବନେଶ୍ୱର ସିବିଆଇ ଟିମ୍‌କୁ ଜଣାଇଥିଲେ । ଯୋଜନା ମୁତାବକ ସିବିଆଇ ଟିମ୍ ସେଠାରେ ପୂର୍ବରୁ ଜଗି ରହିଥିଲେ । ସୋମବାର ବିକାଶଙ୍କ ଠାରୁ ଉଜ୍ୱଳ କୁମାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ହାତରେ ଧରାପଡିଥିଲେ ।

jay balangir
Leave A Reply

Your email address will not be published.

11 + two =