ଜାଲ ଦସ୍ତଖତରେ ଲକ୍ଷାଧିକ ଟଙ୍କା ହେରଫେର ହେଉଥିବା ନେଇ ସିଡିପିଓଙ୍କୁ ଅଭିଯୋଗ : ଅଙ୍ଗନବାଡି କର୍ମୀ ଓ ନକିଲ ୱାର୍ଡମେମ୍ଵରଙ୍କ ନକଲି କାରନାମା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ଗ୍ରାମ ପଞ୍ଚାୟତ ଚିତାମରା ଗ୍ରାମର ଅଙ୍ଗନବାଡି କର୍ମୀ ସରୋଜିନୀ ମହାନନ୍ଦ ଓ ନକଲି ୱାର୍ଡମେମ୍ବର ଶାନ୍ତରା କୁମ୍ଭାରଙ୍କ ବେଆଇନ କାର୍ଯ୍ୟ କଳାପ ଓ ଆଥିର୍କ ଅନିୟମିତତାକୁ ନେଇ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ମତେ, ଚିତାମରା ଗ୍ରାମର ପ୍ରକୃତ ୱାର୍ଡମେମ୍ଵର ଭାବେ ବଳଦେବ କୁମ୍ଭାର ନବ ନିର୍ବାଚିତ ହୋଇ ଆଠ ମାସ ବିତାଯାଇ ଥିଲେ ସୁଦ୍ଧା ତାଙ୍କୁ ଅଙ୍ଗନବାଡି କେନ୍ଦ୍ରର ଏସ୍‌.ଏନ୍‌.ପି ଯାଞ୍ଚ କମିଟି କିମ୍ବା ଗାଁ କଲ୍ୟାଣ ସମିତିରେ ଯୋଗଦେବାର ସୁଯୋଗ ଦିଆଯାଇ ନାହିଁ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ଅନୁସାରେ ନିୟମ ଅନୁଯାୟୀ ନବ ନିର୍ବାଚିତ ୱାର୍ଡମେମ୍ବରଙ୍କୁ ଅଙ୍ଗନବାଡି କର୍ମୀଙ୍କ ନିମନ୍ତ୍ରଣରେ ଅଙ୍ଗନବାଡି କେନ୍ଦ୍ରର ଏସ୍‌.ଏନ୍‌.ପି ଯାଞ୍ଚ କମିଟିର ମୁଖ୍ୟ ଏବଂ ଗାଁ କଲ୍ୟାଣ ସମିତିର ସଭାପତି ଭାବରେ ସାମିଲ କରି ୱାର୍ଡମେମ୍ବର ଓ ଅଙ୍ଗନବାଡି କର୍ମୀଙ୍କ ନାମରେ ଜଏଣ୍ଟ ପାସବୁକରେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳିତ ହେବା କଥା । କିନ୍ତୁ ଅଙ୍ଗନବାଡି କର୍ମୀ ସରୋଜିନୀ ମହାନନ୍ଦ ଓ ନକଲି ୱାର୍ଡମେମ୍ବର ଶାନ୍ତରା କୁମ୍ଭାର ଏହି ନିୟମକୁ ଉଲଘଂନ କରି ତାଙ୍କର ନାଁରେ ଜଏଣ୍ଟ ପାସ୍‌ବୁକ ପରିଚାଳନା କରି ବେଆଇନ କାର୍ଯ୍ୟ ତଥା ଆର୍ଥିକ ଦୁର୍ନୀତି କରି ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦୀର୍ଘ ମାସ ପର୍ଯ୍ୟନ୍ତ ନବ ନିର୍ବାଚିତ ୱାର୍ଡମେମ୍ବରଙ୍କୁ ଏମାନେ ହେୟ ମନେ କରି ଆସୁଥିବାରୁ ବଳଦେବ କୁମ୍ଭାର ସୂଚନା ଅଧିକାର ଆଇନ ୨୦୦୫ ବଳରେ ସଇଁନ୍ତଲା ସିଡ଼ିପିଓଙ୍କ କାର୍ଯ୍ୟାଳୟରେ ଚିତାମରା ଅଙ୍ଗନବାଡି କେନ୍ଦ୍ରର ଏସ.ଏନ.ପି ଯାଞ୍ଚ କିମିଟିର ସଭ୍ୟ/ସଭ୍ୟା ତାଲିକା, ଗାଁ କଲ୍ୟାଣ ସମିତି ଦ୍ଵାରା ହୋଇଥିବା ସଭାରେ ବିବରଣୀ, ଗାଁ କଲ୍ୟାଣ ସମିତି ଦ୍ଵାରା ହୋଇଥିବା ଖର୍ଚ୍ଚ ବିବରଣୀ, ଗାଁ କଲ୍ୟାଣ ସମିତି ପାଣ୍ଠିର ଉପଯୋଗୀତା ପ୍ରମାଣ ପତ୍ର ପ୍ରଭୃତି ବିଷୟ ଉପରେ ସୂଚନା ପାଇଁ ଗତ ୧୩/୮/୨୧ରେ ଆବେଦନ କରିଥିଲେ । ସିଡିପିଓଙ୍କ କାର୍ଯ୍ୟାଳୟରେ ଶ୍ରୀ କୁମ୍ଭାରଙ୍କ ଆବେଦନକୁ ସ୍ୱିକାର କରି ଗତ ୨୯/୯/୨୧ରେ ସୂଚନା ପ୍ରଦାନ କରିଛନ୍ତି । ଉପଭୋକ୍ତା ସୂଚନାଗୁଡ଼ିକ ମଧ୍ୟରୁ ଅଙ୍ଗନବାଡି କର୍ମୀ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ତଥା ଆଥିର୍କ କାରବାରର ସୂଚନାକୁ ଭୟରେ ଲୁଚାଇବା ସହିତ ଗାଁ କଲ୍ୟାଣ ସମିତିର ସଭ୍ୟ/ସଭ୍ୟା ତାଲିକା ଗାଁ କଲ୍ୟାଣ ସମିତିର ପାଣ୍ଠି ଖର୍ଚ୍ଚ ପ୍ରମାଣପତ୍ର, ଗାଁ କଲ୍ୟାଣ ସମିତିର ସଭ୍ୟ ବିବରଣୀ (ଡିସେମ୍ବର ୨୦୨୦ରୁ ଆଜି ପର୍ଯ୍ୟନ୍ତ)ର ସୂଚନା ପ୍ରଦାନ କରାଯାଇ ନ ଥିବା ବେଳେ ତାହାକୁ ନେଇ ଅନେକ ସନ୍ଧେହ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଉଛି । ତେବେ ଆଙ୍ଗନବାଡି କର୍ମୀଙ୍କ ଦ୍ଵାରା ଦିଆଯାଇ ଥିବା ଏହି ଅଳ୍ପ ପ୍ରାପ୍ତ ସୂଚନାରୁ ଅଙ୍ଗନବାଡି ଓ ନକଲି ୱାଡ଼ମେମ୍ବର ଶାନ୍ତରା କୁମ୍ଭାରଙ୍କ ବେଆଇନ କାର୍ଯ୍ୟକଳାପ ତଥା ଆର୍ଥିକ ଦୁର୍ନୀତିର ସ୍ପଷ୍ଟ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି ବୋଲି ମତପ୍ରକାଶ ପାଉଛି । ସୂଚନା ଅନୁଯାୟୀ ୨୯/୪/୨୧ରୁ ନକଲି ୱାଡ଼ମେମ୍ବରଙ୍କ ସଭାପତିତ୍ୱରେ ଏବଂ ଅଙ୍ଗନବାଡି କର୍ମୀଙ୍କ ଆବାହକତ୍ୱରେ ଏସ୍‌.ଏନ୍‌.ପି ଯାଞ୍ଚ କମିଟି ସଭା ଆୟୋଜନ ହୋଇଥିଲା । ଯାଞ୍ଚ କମିଟିର ସଭ୍ୟ ସଭ୍ୟାଙ୍କ ଉପସ୍ଥିତରେ ସମସ୍ତ ହିସାବକୁ ଯାଞ୍ଚ କରି ସର୍ବମୋଟ ୭୩୩୧ ଟଙ୍କା ପଠନ କରାଯାଇଥିଲା । ୨୭/୫/୨୧ରେ ମଧ୍ୟ ୭୪୮୧ ପଠନ କରାଯାଇଥିଲା ଏବଂ ୨୩/୬/୨୧ରେ ମଧ୍ୟ ୭୩୩୧ ଟଙ୍କା ପଠନ କରାଯାଇଥିଲା । କିନ୍ତୁ ଯାଞ୍ଚ କମିଟିର ସଭ୍ୟ/ସଭ୍ୟାମାନଙ୍କ ଜାଲ ଦସ୍ତଖତରେ ଉପଭୋକ୍ତା ଅର୍ଥରାଶି ଅଙ୍ଗନବାଡି କର୍ମୀ ଓ ନକଲି ୱାଡ଼ମେମ୍ବର ଶାନ୍ତରା କୁମ୍ଭାର ଉଠାଣ କରି ସେହି ଅର୍ଥ ରାଶି ସହ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ବଳଦେବ କୁମ୍ଭାର ସଇଁନ୍ତଲା ସିଡ଼ିପିଓ ସବିତା ଦାସଙ୍କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ୱାର୍ଡମେମ୍ବର ଭାବରେ ବଳଦେବ କୁମ୍ଭାର ରହିଛନ୍ତି ହେଲେ ନକଲି ୱାର୍ଡମେମ୍ବର ଶାନ୍ତରା କୁମ୍ଭାର କେମିତି ଭାବେ ଲକ୍ଷ ଲକ୍ଷ ଟଙ୍କା ଉଠାଣ କରିଛନ୍ତି ତାହା ନେଇ ଏବେ ଅନେକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଅଙ୍ଗନବାଡ଼ି କର୍ମୀ ଓ ୱାର୍ଡମେମ୍ବରଙ୍କ ସଲା ସୁତୁରା ଯୋଗୁଁ ଏଭଳି କାର୍ଯ୍ୟ କଳାପକୁ ନେଇ ଆଙ୍ଗନବାଡି କର୍ମୀଙ୍କୁ ଚାକିରିରୁ ବହିସ୍କୃତ କରିବା ସହ ଦୁଇ ଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଦାବୀ କରିଛନ୍ତି ୱାର୍ଡମେମ୍ବର ବଳଦେବ କୁମ୍ଭାର । ଏନେଇ ସିଡ଼ିପିଓ ସବିତା ଦାସଙ୍କୁ ପଚାରିବାରୁ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

three − one =