om academy

ହାତୀପଲଙ୍କ ଉପଦ୍ରବ : ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ କରଡ଼ା ପଞ୍ଚାୟତର ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ । ଏକର ଏକର ଧାନ ଫସଲ ଉଜାଡି ଦେଲେ ହାତୀପଲ । ପ୍ରକାଶ ଯେ, ସୋନାପୋଲି ଗାଁରେ ପ୍ରାୟ ୭ରୁ ୮ଟି ହାତୀ ପଶି ୧୦ରୁ ୧୨ ଏକର ଧାନ ଫସଲ ଉଜାଡ଼ି ନଷ୍ଟ କରି ଦେଇଛନ୍ତି । ବର୍ଷ ଯାକର ଫସଲ ଉଜୁଡ଼ି ଯିବାରୁ ଏବେ ଚିନ୍ତାରେ ଚାଷୀ । ଆଉ କିଛି ଦିନ ପରେ ଧାନ ଫସଲ କଟା ଯାଇଥାନ୍ତା । ହେଲେ ହାତୀପଲ ବିଲରେ ପଶି ଫସଲ ସବୁ ନଷ୍ଟ କରିଦେଇଛନ୍ତି । ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୋନାପାଲି ଗ୍ରାମର ନୟନି ପ୍ରଧାନ, ସାନ୍ତନୁ ପ୍ରଧାନ, ଜୟକୃଷ୍ଣ ପ୍ରଧାନ ଓ ଶଙ୍କର ପ୍ରଧାନଙ୍କ ବିଲରେ ଗତ ୩ ଦିନ ହେଲା ହାତୀପଲ ପଶି କ୍ଷୟକ୍ଷତି କରିଛନ୍ତି । ସେପଟେ ବନ ବିଭାଗ ଏ ଖବର ପାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଚାଷୀ କ୍ଷତିପୂରଣ ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

1 × 5 =