pakka

ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବ : ଆଦର୍ଶ ଯୁବକ ସଂଘ ତରଫରୁ ସିନାପାଲି ଥାନାରେ ଅଭିଯୋଗ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଦର୍ଶ ଯୁବକ ସଂଘ ତରଫରୁ ନବ ନିର୍ମିତ ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବକୁ ନେଇ ଆଦର୍ଶ ଯୁବକ ସଂଘ ସଦସ୍ୟମାନେ ସିନାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସିନାପାଲି ବିଜୁ ଏକ୍ସପ୍ରେସ ରାସ୍ତା କଡରେ ପ୍ରତେକ ଦିନରାତି ମଦ୍ୟପାନ କରି ମଦ ବୋତଲ ପଡି ରହୁଥିବା ବେଳେ ମଦୁଆମାନଙ୍କ ଆଡାସ୍ଥଳି ସାଜିଛି । ଫଳରେ ମଦ ବୋତଲ, ମଦ ପାଉଜ୍ ପଲିଥିନ୍ ସମେତ ଅନେକ ସାମଗ୍ରୀ ରାସ୍ତା କଡରେ ପଡି ରହୁଛି । ତେଣୁ ସାଧାରଣ ଲୋକ ଉକ୍ତ ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି । ସଂନ୍ଧ୍ୟା ହେଲେ ଯୁଗେନପଦରଠାରୁ ସରଧାପୁର ପର୍ଯ୍ୟନ୍ତ ମଦୁଆଙ୍କ ରାଜ୍ ରହୁଥିବା ବେଳେ ମର୍ନିଙ୍ଗ ୱାକ, ଇଭିନିଙ୍ଗ ୱାକ, କରିବା ସହ ଡାକ୍ତର ଖାନା, କଲେଜ, ଯାତାୟାତ କରୁଥିବା ମହିଳା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ମତ ପ୍ରକାଶ ପାଉଛି । ଏନେଇ ସିନାପାଲି ଆଦର୍ଶ ଯୁବକ ସଂଘ ସଦସ୍ୟ ସାନୁର୍ଯ୍ୟ ମେହେର, ଡମ୍ୱରୁଧର ମେହେର, ଶ୍ରୀକାନ୍ତ ମେହେର, ନରୋତ୍ତମ ମେହେର, ନଉକାନ୍ତ ମେହେର, ଦେବାନନ୍ଦ ମେହେର ରାଜେଶ୍ ମେହେର ସମେତ ଅନେକ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

2 + 1 =