pakka

ବ୍ରହ୍ମପୁର ଡାକମଣ୍ଡଳ ଅଧିନସ୍ଥ ସବୁ ଡାକଘରେ ଡିଜିଟାଲ ଇଣ୍ଡିଆ ତ୍ୱରାନ୍ୱିତ : ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ଡାକଘରେ ରେଳ ଟିକଟ ବୁକିଙ୍ଗ ସେବା ସୁବିଧା

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକମଣ୍ଡଳ ଅଧିନସ୍ଥ ବିଭିନ୍ନ ଉପଡାକଘର ଓ ମୁଖ୍ୟଶାଖା ଡାକଘରେ ରେଳ ଟିକଟ ବୁକିଙ୍ଗ ସୁବିଧା ଉପଲବ୍ଧ ହେଉଅଛି । ଏହି ସେବା ସୋମବାରଠାରୁ ପ୍ରଥମ କରି ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏବଂ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର କେତୋଟି ମୁଖ୍ୟ ଶାଖା ଡାକ ଘରେ ଏହି ସେବା ସୁବିଧା ଉପଲବ୍ଧ ପୂର୍ବକ ଶୁଭାରମ୍ଭ ହେଉଅଛି, ବୋଲି ମହାଡାକପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଅକ୍ଟୋବର୧୧ ତାରିଖ ଅର୍ଥାତ ସୋମବାରରୁ ବ୍ରହ୍ମପୁର ଡାକମଣ୍ଡଳ ଅନ୍ତର୍ଗତ ଦକ୍ଷିଣ ଓଡ଼ିଶାର ଜିଲ୍ଲା ସମୂହର ବିଭନ୍ନ ଡାକଘରର କମନ-ସେର୍ଭିସ ସେଣ୍ଟର କାଉଣ୍ଟରରେ ଜନସାଧାରଣ ଏହି ଇ-ସେବା ସୁବିଧା ସକାଶେ ବ୍ୟବସ୍ଥାପନା ହୋଇଛି । ଯାହା ଲୋକମାନେ ରେଳ ଟିକଟ ବୁକିଙ୍ଗ ସେବା ଉପଲବ୍ଧରେ ସହଜ ସୁବିଧା ପାଇବେ ବୋଲି ବ୍ରହ୍ମପୁରର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରଯାଇଥିବା ଡିଜିଟାଲ ଇଣ୍ଡିଆର ଏହା ଏକ ଅଂଶ ଯାହା ଦ୍ୱାରା କି ଗ୍ରାମାଞ୍ଚଳ ଲୋକେ ରେଳ ଟିକଟ ସକାଶେ ସହରକୁ ଦୌଡିବାକୁ ପଡିବନି କିମ୍ବା ଟିକଟ ଦଲାଲଙ୍କ ଶୋଷଣର ଶିକାର ହେବାକୁ ପଡ଼ିବନି । ଆଉ ରେଳ ଷ୍ଟେସନ ଯାଇ ଧାଡି ବାନ୍ଧିବାକୁ ପଡ଼ିବନି, ନିଜ ଗାଁ ପାଖ ଡାକଘରେ ଅନ୍‌ଲାଇନରେ ଅଗ୍ରୀମରେଳ ଟିକଟ କାଟିବାର ସୁବିଧା ପାଇପାରିବେ । ଯାହାକି ଅତି ସହଜରେ ନିକଟସ୍ଥ ଡାକଘରେ ରେଳ ଟିକଟ ଲୋକମାନେ ପାଇପାରିବେ । ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ପ୍ରାଥମିକ ପର୍ଯ୍ୟାୟଭିତ୍ତିରେ ଚିକିଟି, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର, ଦିଗପହଣ୍ଡି, ଗୋପାଳପୁର ଉପଡାକଘରେ ଏବଂ ଛତ୍ରପୁର ମୁଖ୍ୟଶାଖା ଡାକଘର, ଗଞ୍ଜାମ ବ୍ଳକ୍‌ର କରପଡା ଶାଖା ଡାକଘରେ ସୋମବାରଠାରୁ ଏହି ଇ-ରେଳ ଟିକଟ ସେବା ଉପଲବ୍ଧ ହେଉଅଛି । ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟାୟ କ୍ରମେ ସବୁ ଉପଡାକ ଘର ଅବା ଭିଲେଜ ପୋଷ୍ଟ ଅଫିସ ଓ ସହରାଞ୍ଚଳ ମୁଖ୍ୟଶାଖା ଡାକଘରେ ଏହି ପିଏମ୍- ଡିଜିଟାଲ ଇଣ୍ଡିଆର ସୁବିଧା ଉପଲବ୍ଧ ହେବ । ଆଗାମୀ ଦିନରେ ସବୁ ଡାକ ଘରେ ଏହି ସେବା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେବା ସହ ଜନସାଧାରଣ ଏହି ସେବାର ସୁଯୋଗ ନେବାକୁ ଗଣମାଧ୍ୟମ ମାଧ୍ୟମରେ ମହା-ଡାକପାଳ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

sixteen − 10 =