om academy

ହାଇଦ୍ରାବାଦକୁ ଇଟା ତିଆରି ପାଇଁ ଯାଇଥିବା ଦାଦନ ଶ୍ରମିକ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଖୋଜ ଅଭିଯୋଗ

jsm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିନ୍ଦେରକେଲା ଗାଁର ରମେଶ ନେତାମ (୩୯) ନିଜ ସ୍ତ୍ରୀ ମଞ୍ଜୁଲା ନେତାମ ଏବଂ ଶିଶୁ ବସନ୍ତ ନେତାମ (୮)ଙ୍କୁ ସାଙ୍ଗରେ ନେଇ ସିକନ୍ଦରାବାଦ ଅନ୍ତର୍ଗତ ତୁକୁଗଡାକୁ ଇଟା ଗଢିବା ପାଇଁ ଯାଇଥିଲେ । ହେଲେ ସେଠାରେ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଖୋଜ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଟଙ୍କା ଅଭାବରୁ ଧାର କରଜ କରି ଭୁବନେଶ୍ୱର ଡାକ୍ତରଖାନାରେ ନିଜ ଆଠ ବର୍ଷର ଶିଶୁପୁତ୍ରର ଆଖି ଅପରେସନ୍ କରି ଶେଷରେ ଦାଦନ ଶ୍ରମିକ ହୋଇ ସ୍ତ୍ରୀ ଓ ପୁଅକୁ ସାଙ୍ଗରେ ନେଇ ଇଟା ଗଢ଼ିବାକୁ ଯାଇ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଆଜିକୁ ଦଶ ଦିନ ହେଲା ନିଖୋଜ ରହିଛନ୍ତି । ସେପଟେ ଇଟାଭାଟି ମାଲିକ ଆଠ ବର୍ଷର ଶିଶୁପୁତ୍ରକୁ ଓ ମଞ୍ଜୁଲାଙ୍କୁ ଖାଇବାକୁ ଦେଉନଥିବା ଅଭିଯୋଗ ହୋଇଛି । ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.