pakka

ଅଭିଯୋଗ : ପ୍ରଶାସନର ଅବହେଳା ଯୋଗୁଁ ଗରିବ ବଂଶୀ ପରାଭୁଏଙ୍କ ଚାଲିଗଲା ଜୀବନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ଗାଁର ବଂଶୀ ପରାଭୁଏଙ୍କ ଦୁଃଖ ଭରା କାହାଣୀ ଗତ ଜୁନ ୨୨ ତାରିଖରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ବଂଶୀ ପରାଭୁଏ ଏକ ଅଜଣା ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ମା’ ବିକଳାଙ୍ଗ ଦୁଇ ଝିଅ ଓ ତାଙ୍କ ସ୍ତ୍ରୀ ଏକ ଝାଟି ମାଟି କୁଡ଼ିଆ ପଲିଥିନ ତଳେ ତାଙ୍କ ଜୀବନ ଯାପନ କରୁଥିଲେ । ଅନେକ ସ୍ୱେଚ୍ଛାସେବୀ ମାନେ ଟ୍ଵିର୍ଟର ମାଧ୍ୟମରେ ଓଡ଼ିଶା ସରକାର ଏବଂ ୫ଟିକୁ ତାଙ୍କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ ।

ଖପ୍ରାଖୋଲ ବିଡ଼ିଓ ପ୍ରଭାତ ସାହୁ ପ୍ରଶାସନିକ ହିସାବରେ ନିଜ କାର୍ଯ୍ୟ ତୋଳାଇ କେବଳ ଚିକିତ୍ସା ସହାୟତା ବାବଦକୁ ୫୦୦/-ଟଙ୍କା ଦେଇ ଗୃହ, ଭତ୍ତା କରିଦେବି ବୋଲି ଚାଲି ଯାଇଥିଲେ । ତ।’ପରେ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳିଛି ଯେ, ବ୍ଲକ ପ୍ରଶାସନ ତରଫରୁ ବଂଶୀ ପରାଭୁଏଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା । ତାଙ୍କୁ ନିତାନ୍ତ ବ୍ଲଡ଼ ଆବଶ୍ୟକ ଥିଲା, ମେଡ଼ିସିନର ଆବଶ୍ୟକ ଥିଲା । ଅର୍ଥ ଅଭାବରୁ ବାଧ୍ୟ ହୋଇ ଘରକୁ ଫେରି ଆସିଲେ ବଂଶୀ ପରାଭୁଏ । ଜୀବନ ସହିତ ସଂଗ୍ରାମ କଲେ କିଛି ଦିନ ପରେ ଆଜି ବଂଶୀ ପରାଭୁଏର ଜୀବନ ଚାଲିଯାଇଛି । ବର୍ତମାନ ବଂଶୀ ପରାଭୁଏର ସ୍ତ୍ରୀ, ଦୁଇ ଝିଅ, ଏବଂ ତାଙ୍କ ବିକଳାଙ୍ଗ ମା’ ବର୍ତ୍ତମାନ ଅନାଥ । ଭଙ୍ଗା କୁଡ଼ିଆରେ କିପରି ଜୀବନ ଯାପନ କରିବେ, ଦୁଇ ଝିଅ ଭବିଷ୍ୟତ ଅନ୍ଧାର, କାହାକୁ ଦୁଃଖ ଜଣାଇବେ ବୁଝିପାରୁ ନାହାନ୍ତି । ପ୍ରସାସନ ଏହି ଦୁଃଖି ପରିବାର ପ୍ରତି ଦୃଷ୍ଟି ଦେଇ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.

two + 8 =