pakka

ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ନକଲି ପୋଲିସ୍ ନୋଟିସ୍ ପଠାଇ ଠକେଇ : ଧରାପଡ଼ିଲା ଗ୍ୟାଙ୍ଗ୍

kalikesh

ନୂଆଦିଲ୍ଲୀ : ଦେଶରେ ଗୁପ୍ତରେ ଇଣ୍ଟରନେଟରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କ ସଂଖ୍ୟା ବହୁତ । ଏଭଳି ପରିସ୍ଥିତିରେ ଅନେକ ଗ୍ୟାଙ୍ଗ ଇଣ୍ଟରନେଟରେ ସକ୍ରିୟ ଅଛନ୍ତି, ଯେଉଁମାନେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ପ୍ରତାରଣା କରନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଠକେଇ ଗ୍ୟାଙ୍ଗ ଦ୍ୱାରା କିଛି ଲୋକଙ୍କୁ ନକଲି ପୋଲିସ ନୋଟିସ ପଠାଇ ଟଙ୍କା ଠକେଇ କରାଯାଇଛି । ସୂଚନା ଅନୁସାରେ ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମରେ ଏହିପରି ଗ୍ୟାଙ୍ଗ ଉପସ୍ଥିତ ରହିଛନ୍ତି । ଏଭଳି ଏକ ଗ୍ୟାଙ୍ଗକୁ ପୋଲିସ ହାତରେ ପଡ଼ିଛି । ଏହି ଗ୍ୟାଙ୍ଗ କାମ୍ବୋଡିଆ ଏବଂ ତାମିଲନାଡୁରୁ ସଂଚାଳିତ ହେଉଥିଲା । ହାଇ-ଟେକ୍ ଟଙ୍କା ଠକେଇ ଗ୍ୟାଙ୍ଗର ଭାରତୀୟ ମାଷ୍ଟରମାଇଣ୍ଡ ସମେତ ତିନିଜଣଙ୍କୁ ପୋଲିସ ଗିରଫ କରିଛି ।

ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ୍ ସୋସିଆଲ ମିଡିଆ ଜରିଆରେ ଏଭଳି ଠକେଇ ବିଷୟରେ ଜାଣିବାକୁ ପାଇଥିଲା ଏବଂ ସାଇବର କ୍ରାଇମ ଦଳ ଏହି ଘଟଣାର ନିଜ ପଟୁ ପଦକ୍ଷେପ ନେଇ କାର୍ଯ୍ୟ ଆରମ୍ଭ କରିଥିଲା । ନକଲି ପୋଲିସ୍ ନୋଟିସ୍ ପ୍ରଦର୍ଶନ କରିବା ପାଇଁ ଆଡୱେୟାର ଏବଂ ବ୍ରାଉଜର୍ ପପ୍-ଅପ୍ ୱିଣ୍ଡୋ ବ୍ୟବହାର କରାଯାଇଥିଲା, ଯେଉଁଥିରେ ପୀଡିତମାନଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖିବା ପାଇଁ ଜୋରିମାନା ଦେବାକୁ ନୋଟିସ୍ ଦିଆଯାଇଥିଲା । ୟୁପିଆଇ ପେମେଣ୍ଟ ଏବଂ ଛଜ କୋଡ୍ ମଧ୍ୟ ପୀଡିତଙ୍କଠାରୁ ଟଙ୍କା ଲୁଟିବା ପାଇଁ ବ୍ୟବହୃତ ହେଉଥିବା ଜଣାପଡ଼ିଛି ।

pp
Leave A Reply

Your email address will not be published.

17 − 4 =