pakka

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା : ଯୌତୁକଜନିତ ହତ୍ୟା ଅଭିଯୋଗ

kalikesh

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବାହାଲଭଟଲି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବାହାଲଭଟଲି ଗ୍ରାମର ତାପସ ରଂଜନ ସୁନା ଗତ ୪ ବର୍ଷ ପୂର୍ବେ ପଦ୍ମପୁର ରାଜାପଡାର ସୁପ୍ରିୟା ସୁନାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ପରିବାରରେ କଳହ ଲାଗି ରହୁଥିବା ବେଳେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଯୌତୁକକୁ ନେଇ ଝଗଡା ଲାଗି ରହିଥିଲା । ଝଗଡାରେ ନିଜର ମାନସିକ ଭାରସାମ୍ୟ ହରାଇ ସୁପ୍ରିୟା ଘର ଭିତରେ ଆତ୍ମହତ୍ୟା କରିଥିଲେ । ତେବେ ସୁପ୍ରିୟା ଆତ୍ମହତ୍ୟା କରିଥିବା ନେଇ ତାପସ ନିଜ ଶଶୁର ଘର ଲୋକଙ୍କୁ ଫୋନ କରି କହିଥିଲେ । ସୁପ୍ରିୟାଙ୍କ ବାପ ଘର ଲୋକେ ବାହାଲଭଟଲି ଗ୍ରାମରେ ପହଞ୍ଚିଥିଲେ । ପରେ ଲରମ୍ଭା ଥାନାରେ ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଲରମ୍ଭା ପୁଲିସ କେସ ନଂ ୫୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଲରମ୍ଭା ଥାନାଧିକାରୀ ସୁଶାନ୍ତ ପ୍ରଧାନ କହିଛନ୍ତି ।

pp
Leave A Reply

Your email address will not be published.

nineteen − 13 =