pakka

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ । ୱାନ୍‌ ରେଙ୍କ ୱାନ୍‌ ପେନ୍‌ସନ୍‌ର ପ୍ରତିବାଦରେ ଅପ୍ରେଲ ୩୦ ତାରିଖରେ ସାଂସଦଙ୍କୁ ତାଙ୍କ ନିଜସ୍ୱ ବାସଭବନରେ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ପୂର୍ବତନ ସୈନିକଙ୍କ ପ୍ରତି ଭେଦଭାବ କରାଯାଇଛି । ଯୁଦ୍ଧରେ ଆହତ ସୈନିକଙ୍କୁ ମଧ୍ୟ ନ୍ୟାୟ ମିଳୁନାହିଁ । ସମାନ ପଦକୁ ସମାନ ପେନ୍‌ସନ୍‌, ମିଲିଟାରୀ ସେବା ସମ୍ମାନ ପ୍ରଦାନ କରିବାକୁ ବାରମ୍ବାର ଦାବୀ ଉପସ୍ଥାପନ କରାଯାଉଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛି ପୂର୍ବତନ ସୈନିକ ସଂଘ । ସାଂସଦଙ୍କୁ ଦାବୀପତ୍ର ଦେବା ବେଳେ ପୂର୍ବତନ ସୈନିକ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଘାଷିରାମ ବେହେରା, ବଲାଙ୍ଗିର ସଂଯୋଜକ ଅରୁଣ ବାରିକ, ପାଟଣାଗଡ ସଂଯୋଜକ ସହଦେବ ପୁରୋହିତ, ପ୍ରଫୁଲ୍ଲ ମେହେର, ନନ୍ଦଲାଲ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଂଘର ସମ୍ପାଦକ ତଥା ଓଡିଶା ଭେଟେରାନ ସୋଲଜର ଏସୋସିଏସନ୍‌ର ଉପସଭାପତି ପ୍ରତାପ ଚନ୍ଦ୍ର ରଥ ସଂଘର ଅନେକ ସମସ୍ୟା ବିଷୟରେ ସାଂସଦ ଶ୍ରୀମତୀ ସିଂହଦେଓଙ୍କୁ ଅବଗତ କରାଇଥିଲେ । ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଦାବୀପତ୍ରକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.

nine + five =