pakka

ଟ୍ରେଲରକୁ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ୍ : ୧ ମୃତ, ୨ ଗୁରୁତର

bbehera

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ଗାଡ଼ି କଲିକତା ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ଏକ ୧୦୦ ଚକିଆ ଟ୍ରେଲର ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ଛିଡ଼ା କରି ପଛ ଇଣ୍ଡିକେଟର ଲାଇଟ୍ ସଜାଡ଼ିବା ସମୟରେ ପଛରୁ ଏକ ୧୨ ଚକିଆ ଅଙ୍ଗୁର ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରେଲର ଇଣ୍ଡିକେଟର ଲାଇଟ ସଜାଡ଼ୁଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଜଣକ ହେଉଛନ୍ତି ଗୌତମ ଯାଦବ । ଅନ୍ୟପକ୍ଷରେ ଅଙ୍ଗୁର ବୋଝେଇ ଟ୍ରକ୍‌ଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଙ୍ଗୁର ଟ୍ରକ୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଖବରପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

15 + fifteen =