pakka

ବଲାଙ୍ଗିର ସହରର ଡେଲି ମାର୍କେଟଠାରେ ବାଇକ୍ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସୁଛନ୍ତି କି ? ଯଦି ଆସୁଛନ୍ତି ତା’ହେଲେ ହୋଇଯାଆନ୍ତୁ ସାବଧାନ । ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସି ଆଜି ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ ହଜି ଯାଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ବଲାଙ୍ଗିର ସହର ଭିତରେ ଥିବା ଡେଲି ମାର୍କେଟକୁ ସେ ବଜାର କରିବା ପାଇଁ ଆସି ଓମ୍ ମିକ୍ସଚର ଦୋକାନ ସମ୍ମୁଖରେ ତାଙ୍କ ବାଇକ୍‌କୁ ରଖି ବଜାର କରିବା ପାଇଁ ଯାଇଥିଲେ । ବଜାର କରି ଆସି ଦେଖିଲା ବେଳକୁ ତାଙ୍କ ବାଇକ୍‌ ଆଉ ସେ ଜାଗାରେ ନଥିଲା । ବହୁ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କ ବାଇକ୍‌ ଆଉ ସେ ପାଇଲେ ନାହିିଁ । ଫଳରେ ସେ ଟାଉନ ଥାନାର ଦ୍ୱାରସ୍ଥ ହୋଇ ତାଙ୍କ ବାଇକ୍‌ ଖୋଜି ଆଣିଦେବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

twelve + 19 =