pakka

ଭୁଜାଲି ଦେଖାଇ ଟଙ୍କା ଲୁଟ୍‌ ଅଭିଯୋଗ

bbehera

ଅନୁଗୁଳ : ଭୁଜାଲି ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଲୁଟ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ ସୁନାର ପାଖାପାଖି ୩ ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି ନିଜ ଘର ସାମନ୍ତସାହିକୁ ଚାଲି ଚାଲି ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ । ଏକ ଆପାଚି ମୋଟରସାଇକେଲରେ ଆସି ହଠାତ୍‌ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଠାରୁ ଟଙ୍କା ବ୍ୟାଗ ଓ ଲାପଟପ ଛଡାଇ ନେଇ ଫେରାର ହୋଇଯାଇଥିଲେ । ସେ ତତ୍‌କ୍ଷଣାତ ପୁଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଅବିଳମ୍ବେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ପାଳଲହଡାର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଥିଲେ । ଦୁର୍ବୃତ୍ତମାନେ ଏକ ଦ୍ରୁତ ଗତିରେ କନ୍ତଳା ଛକ ଦେଇଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ପୋଲିସ ହାତରୁ ଖସି ପଳାଇଥିଲେ । ପାଲଲହଡା ପୁଲିସ ଏମାନଙ୍କୁ ଧରିବା ପାଇଁ ତେଲକୋଇ, ଖମାର ଓ ବାରକୋଟ ଥାନାକୁ ପୂର୍ବରୁ ସୂଚନା ଦେଇଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ଫେରାର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ପାଳଲହଡା ଅଞ୍ଚଳରେ ଭୟାର ବାତାବରଣ ଖେଳାଇ ଦେଇଛି ।

jay balangir
Leave A Reply

Your email address will not be published.

three × two =

error: Content is protected !!