pakka

ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

bbehera

ପୁରୀ : ପୁରୀରୁ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ଅବକାରୀ ବିଭାଗର ସ୍କ୍ୱାର୍ଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨ ଯୁବକଙ୍କ ବୟସ ୧୮ ବର୍ଷ ହେବ । ପୁରୀରୁ ଚଳିତ ବର୍ଷ ୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହେଲାଣି । ଅଧିକାଂଶ ମାମଲାରେ ଯୁବଗୋଷ୍ଠୀଙ୍କ ସହ ମହିଳାଙ୍କ ସମ୍ପୃକ୍ତି ରହିଛି । ଦିନକୁ ଦିନ ପୁରୀରେ ବ୍ରାଉନସୁଗାର କାରବାର ବଢ଼ୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

jay balangir
Leave A Reply

Your email address will not be published.

seven + 16 =

error: Content is protected !!