csstore

ପାଟଣାଗଡ଼ ଏନ୍‌ଏସିରୁ ଜନ୍ମ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସହ ହିତାଧିକାରୀଙ୍କ ବହୁବିଧ ସ୍ୱାର୍ଥ ପାଇଁ ୫ଟି ଯୋଜନାରେ ଅନେକ ଯୋଜନା ହାତକୁ ନେଇଥିବା ବେଳେ ଏଥିରୁ ବଞ୍ଚିତ ହେବା ସହ ଅଧିକାରୀଙ୍କ ମନମୂଖୀ ଶାସନ ଯୋଗୁଁ ଜନ୍ମଗତ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ଗାଁର ବୈଷ୍ଣବୀ ବାଗ(୭) ମାତା-ବିନୋଦିନୀ ବାଗ, ପ୍ରିନ୍ସ ସାହୁ(୧୦) ପିତା-ରୋହିତ ସାହୁ ଓ ମହୁରୁଣ୍ଡି ଗାଁର ଅନିକେଶ ବେହେରା(୧୧) ପିତା-ଦୁର୍ଯ୍ୟୋଧନ ବେହେରା ଜନ୍ମଗତ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଅଛନ୍ତି । ପିତାଙ୍କ କହିବା ଅନୁସାରେ, ତିନି ଶିଶୁ ପାଟଣାଗଡ଼ ହସ୍ପିଟାଲରେ ଜନ୍ମ ଗ୍ରହଣ କରିଥିଲେ । ଏପରି କି ତିନି ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣ ପତ୍ର ନଥିବାରୁ ଅଧାର କାର୍ଡରୁ ମଧ୍ୟ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି । ତିନି ଶିଶୁଙ୍କ ବାପା ପାଟଣାଗଡ଼ ଏନ୍‌ଏସି ଅଫିସ କାର୍ଯ୍ୟାଳୟକୁ ଥରେ ନୁହେଁ କି ଦୁଇ ଥର ନୁହେଁ ଚାରି ଚାରି ଥର ଜନ୍ମ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ଜନ୍ମ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

jayashree
Leave A Reply

Your email address will not be published.