pakka

ରାସ୍ତା ଉପରେ ନର୍ଦ୍ଦମା ପାଣି ବହୁଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ରାସ୍ତା ପ୍ରଧାନ ଟିକିରା(ଡାଙ୍ଗ) ନିକଟରେ ରାସ୍ତା ଉପରେ ନର୍ଦ୍ଦମା ପାଣି ବହୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ରାସ୍ତା ମଝିରେ ନର୍ଦ୍ଦମା ପାଣି ବହୁଥିବାରୁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ରାସ୍ତା ମଧ୍ୟ ଖରାପ ହେଉଛି । ଏଣୁ ଯଥା ଶୀଘ୍ର ଉଚିତ ପଦକ୍ଷେପ ନେଇ ଦେଖାଯାଉଥିବା ସମସ୍ୟାକୁ ସମାଧାନ କରିବାକୁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

12 + 4 =