pakka

ଗାଇସିଲେଟ କେନ୍ଦୁପତ୍ର ଡିଭିଜନରେ ଶିଶୁ ଶ୍ରମିକ ପ୍ରସଙ୍ଗ ତଦନ୍ତ ସାପେକ୍ଷ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବହୁ ଜନାଭିମୁଖୀ କାର୍ଯ୍ୟକ୍ରମ କରୁଛନ୍ତି । ଶିକ୍ଷାକୁ ଅନିବାର୍ଯ୍ୟ ଓ ସାର୍ବଜନିକ କରିବା ପାଇଁ ଶିକ୍ଷା ଅଧିକାର ଆଇନ କରାଯାଇଛି । ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଶିକ୍ଷା ପାଇବା ତାର ମୌଳିକ ଅଧିକାର । ତାକୁ କେହି ସେ ଅଧିକାରରୁ ବଂଚିତ କରିପାରିବେନି । ଯିଏ କରିବ ତା ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ବରଗଡ ଜିଲ୍ଲା ଗାଇସିଲେଟ କେନ୍ଦୁପତ୍ର ରେଂଜରେ ଶିଶୁ ଶ୍ରମିକ ପତ୍ର ଲେଉଟାରେ ନିୟୋଜିତ ଥିବାର ଦେଖାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ରେଂଜ ଅଫିସ ପରିସରରେ ଥିବା ଗୋଦାମ ଘରରେ ଏହି ପତ୍ର ରହେ ଓ ସ୍ଥାନୀୟ ଫରେଷ୍ଟରଙ୍କ ସରକାରର ଆବାସର ଅନତି ଦୂରରେ ଲାଗିକି ଏହି କାମରେ ଶିଶୁମାନେ ନିୟୋଜିତ ଥିଲେ । ରେଂଜର ଜୟକୃଷ୍ଣ ଭୋଇଙ୍କ କାର୍ଯ୍ୟାଳୟର ଚାରି ପାର୍ଶ୍ବରେ ପତ୍ର ଶୁଖାଯାଏ । ଦୀର୍ଘ ୭ ଦିନ ଧରି ପିଲା କାମ କରିଥିବା ଓ ବିଭାଗୀୟ କର୍ମଚାରୀଙ୍କ ଏପରିକି ରେଂଜର ନିଜେ ଦେଖିଥିବା ପିଲା କହୁଛନ୍ତି । ମାତ୍ର କେଇଟା ଟଂକାର ଲୋଭରେ ପ୍ରବଳ ଗ୍ରୀଷ୍ମରେ ଖଟାଉଛନ୍ତି ଏମାନଙ୍କୁ । ସୁବିଧାବାଦି ଲାଭଖୋର ସରକାରୀ ବାବୁ ପାଉଥିବା ଦରମା ଉପରେ ଉପୁରି ଲୋଭରେ ବେଧଡକ୍‌ ଖଟାଉଛନ୍ତି । ପଣ୍ଡିତପୁଅ ମାଙ୍କଡ ମାଇଲେ ଦୋଷ ନାହିଁ ନୀତି ଆପଣାଇଛନ୍ତି ସରକାରୀ ବାବୁ ବୋଲି ମତ ପ୍ରକାଶ ପାଇଛି । ଶିଶୁ ଶ୍ରମିକ ନିରୋଧକ ଆଇନ ସରକାର କରିଛନ୍ତି । ଏଥିପାଇଁ ରାଜ୍ୟରେ ଏକ କମିଶନ ଜିଲ୍ଲାରେ ଓ ବ୍ଲକ ସ୍ତର ଏପରିକି ଗ୍ରା.ପ ସ୍ତରରେ ମଧ୍ୟ କମିଟି କରାଯିବାର ନିୟମ ରହିଛି । ସରକାରୀ ଅଧିକାରୀ ମଧ୍ୟ ଏଥିପାଇଁ ନିୟୋଜିତ । ବ୍ଲକ ଶିଶୁ ସୁରକ୍ଷା ସମିତିର କନଭେନର ଭାରପ୍ରାପ୍ତ ବିଜେପୁର ସିଡିପିଓଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ କମିଟିର ନବିକରଣ ହୋଇପାରିନି । ତେବେ ପରିତାପର ବିଷୟ ଏହା ଯେ ବ୍ଲକ ଓ ସିଡିପିଓଙ୍କ କାର୍ଯାଳୟର ଅନତି ଦୂରରେ ଶିଶୁ ଶ୍ରମିକ ନିୟୋଜିତ । ଏହାଛଡା ବିଭାଗୀୟ ଅଧିକାରୀ ମଧ୍ୟ ଶିଶୁଶ୍ରମିକ ନିୟୋଜନ ଜାଣି ମଧ୍ୟ କୌଣସି ଠୋସ ପଦକ୍ଷେପ ନେବାର ଦେଖାଯାଉ ନାହିଁ । ଏହାର ସଂପୂର୍ଣ୍ଣ ଦୂରିକରଣ ନେଇ ନିରବ ଦ୍ରଷ୍ଟା ସାଜୁଛନ୍ତି । ବିଭାଗୀୟ ଅଧିକାରୀ ଓ ଶିଶୁ ସୁରକ୍ଷା ସମିତିର ଏକ ତଦନ୍ତ ଓ ପଦକ୍ଷେପ ସବୁଦିନ ପାଇଁ ଏପରି କାର୍ଯ୍ୟକୁ ରୋକିପାରିବ । ମାତ୍ର ତାହା ପରିଲକ୍ଷିତ ନହେବା ଏକ ମାରାତ୍ମକ ପ୍ରମାଦ । ନିୟମ କରୁଛନ୍ତି ଏକ ସଂସ୍ଥା ଭାଂଗୁଛନ୍ତି ଖୋଦ ସରକାରୀ ସଂସ୍ଥାର ସରକାରୀ ବାବୁ । ପ୍ରବଳ ଖରାରୁ ରକ୍ଷା ପାଇବାକୁ ସରକାର ସ୍କୁଲ ସକାଳ ୬ଟାରୁ କରିଛନ୍ତି । ମାତ୍ର ଶିଶୁମାନେ ଖରାରେ କାମ କରିବା ବିଡମ୍ବନା ଓ ପରିତାପର ବିଷୟ ନିଶ୍ଚୟ ବୋଲି ମତ ପ୍ରକାଶ ପାଇଛି । ସରକାର ଶିଶୁ ମାନଙ୍କୁ ଏସବୁରୁ ନିବୃତ୍ତ ରଖିବାକୁ ଚାଇଲ୍ଡ ହେଲ୍ପ ଲାଇନ କରିଛନ୍ତି । ଏଠି ସେ ନିୟମକୁ ଫୁ କରି ସରକାରୀ ବାବୁ ହିଁ ଭଂଗ କରିଛନ୍ତି । ପ୍ରଶ୍ନ ଉଠେ ପିଲା ବିଦ୍ୟାଳୟ ପ୍ରତି ବିମୁଖତା ଦେଖେଇ ଏପରି କାମକୁ ଆଗ୍ରହ ନ ଦେଖାଇବାର କାରଣ ଖୋଜିବା କ’ଣ ଶିକ୍ଷା ବିଭାଗର ଅଧିକାରୀଙ୍କ ଦାୟିତ୍ବ ନୁହେଁ ? ଚାଇଳ୍ଡ ହେଲ୍ପ ଲାଇନର ଅଧିକାରୀଙ୍କ ଏହା ପ୍ରତି ନୈତିକ ଉତ୍ତର ଦାୟିତ୍ୱ ନାହିଁ ? ମୋଟ ଉପରେ ଅଜ୍ଞ ଅବୋଧ ଶିଶୁର ଅଧିକାର କ୍ଷୁର୍ଣ୍ଣ ହେବା ଚିନ୍ତାର ଓ ବ୍ୟଥାର ବିଷୟ ।

Leave A Reply

Your email address will not be published.

17 − six =