pakka

ବିଜେଡିରେ କାହିଁକି ଭୋଟ ଦେଲ ବୋଲି ଦମ୍ପତିଙ୍କୁ ଆକ୍ରମଣ ଅଭିଯୋଗ

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଦଶିପୁର ପଂଚାୟତ ଗୁରୁଜାଙ୍ଗୁଲି ଗାଁରେ ଦମ୍ପତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁଜାଙ୍ଗୁଲି ଗାଁର ରୁନୁବାଳା ବେହେରା ଆଜି ମହାବିରୋଡ଼ ଫାଣ୍ଡିରେ ଆସି ଅଭିଯୋଗ କରିଛନ୍ତି ଯେ, ଗତକାଲି ସନ୍ଧ୍ୟା ସମୟରେ ସେ ତାଙ୍କ ସ୍ୱାମୀ ସୁଜନ ବେହେରା ଓ ପିଲାମାନେ ଘରେ ଥିବା ବେଳେ ଗାଁର ସୁଶୀଳ ସାହୁ ଓ ଚତୁରା ଦେହୁରୀ ଆସି ଘରର ଗ୍ରୀଲ ଭାଙ୍ଗି ଘର ଭିତରକୁ ଆସି କାହିଁକି ବିଜେଡିରେ ଭୋଟ ଦେଲ କହି ରୁନୁବାଳାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ଆଉ ବମ୍ବେରେ ନେଇ ବିକ୍ରି କରିଦେବେ ବୋଲି କହିଥିଲେ । ଏହାକୁ ସ୍ୱାମୀ ସୁଜନ ବିରୋଧ କରିବାରୁ ରୁନୁବାଲା ଓ ତାଙ୍କ ସ୍ୱାମୀଙ୍କୁ ଉଭୟେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ଗାଁରେ ସେମାନେ ଆତଙ୍କ ଖେଳାଇ ରଖିଛନ୍ତି ଏବେ ସେମାନେ କିପରି ଗାଁରେ ରହିବେ ସେହି ଚିନ୍ତାରେ ଅଛନ୍ତି । ଏହାର ବିଚାର କରିବା ପାଇଁ ମହାବିରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

jay balangir
Leave A Reply

Your email address will not be published.

3 × 4 =