pakka

ଢେଙ୍କାନାଳରେ ସାଇନାଥଙ୍କ ପାଲିଙ୍କି ଯାତ୍ରା

bbehera

ଢେଙ୍କାନାଳ, (ତାପସ ଦାସ) : ଆଜି ଓଁ ଶ୍ରୀ ସାଇ ରାମ ରାଜଧିରାଜ ଯୋଗୀରାଜ ପରମବ୍ରମଃ ସଚିଦାନନ୍ଦ ସାଇନାଥ ମାହାରାଜଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଲିଙ୍କି ଯାତ୍ରା ଢେଙ୍କାନାଳ ସହରର ଷ୍ଟେସନ ବଜାର ନିକଟରୁ ବାହାରି ସାଇ ସୁସଜ୍ଜିତ ବିମାନରେ ସଂକୀର୍ତ୍ତନ ମଣ୍ଡଳୀ ସହ ବହୁ ସାଇ ଭକ୍ତଙ୍କ ଉପସ୍ଥିତିରେ ବାହାରି ସହର ପରିକ୍ରମା କରିଥିଲା । ପରେ ଏହା ନିକଟସ୍ଥ ଶ୍ୟାମାଚରଣପୁର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା । ପରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ଅକ୍ଷୟ ସାହୁ, ପୂର୍ଣ୍ଣ ପୃଷ୍ଟି, ବାଦଲ ପଟ୍ଟନାୟକ, ରମେଶ ମଲ୍ଲିକ ଓ ଶ୍ୟାମ ତ୍ରିପାଠୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen − three =