csstore

ବେନିଆବ‌ନ୍ଧ ଗ୍ରାମରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବନ୍ଧ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଲାେକ ଉନ୍ନତି ସଂଗଠନ ବଲାଙ୍ଗିର ଆନୁକୁଲ୍ୟରେ ସଂଗଠନର ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ବରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନିଆ ବିଶ୍ବବ୍ୟାପୀ ଅଭିଯାନର ୬ଷ୍ଠ ଦିନରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ମହିଲାମାନଙ୍କ ଅଧିକାର ବିଷୟରେ ଆଲୋଚନା ହୋଇଥିଲା ଓ ତତ୍ ସହିତ ସାଙ୍ଗଠାନିକ ଗୀତ ସ୍ଲୋଗାନ ମାଧ୍ୟମରେ ପୂରୁଷ ଓ ମହିଳାମାନଙ୍କୁ ସଚେତନ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ରାଜ୍ୟସ୍ତରୀୟ ଓଡିଶା ଶ୍ରମଜୀବୀ ମଞ୍ଚର ସଂଗଠନ ର ସଭାନେତ୍ରୀ ଶାନ୍ତିଲତା ଭୋଇଙ୍କ ସମେତ ଜିଲ୍ଲାର ସମାଜସେବୀ ପୁରୁଷ ମହିଳା ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.