csstore

ସାବଧାନ : ମାସ୍କ ନ ପିନ୍ଧିଲେ ୨୫ ଫୁଟ୍‌ ଦୂର ଯାଇପାରେ ଛିଙ୍କ

ଭୁବନେଶ୍ୱର : ଛିଙ୍କିବା ବେଳେ ମାସ୍କ କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ଏହା କେତେଦୂର ସଂକ୍ରମଣ ରୋକିବାରେ ସକ୍ଷମ, ତାହାକୁ ନେଇ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିବା ବେଳେ ଏହି ଅଧ୍ୟୟନରୁ ଜଣାପଡିଛି, ଖାଲି ମୁହଁରେ ଛିଙ୍କିଲେ ବା କାଶିଲେ ଛୋଟ ବୁନ୍ଦା ଏକ ସ୍ଥିର ପରିବେଶରେ ୨୨ରୁ ୨୫ ଫୁଟ ପର୍ୟ୍ୟନ୍ତ ଯାଇ ପାରିବ । ଫେସ୍‌ ମାସ୍କ ଓ ଫେସ୍‌ ସିଲ୍ଡ ପରି ପ୍ରତିରୋଧକ ବ୍ୟବସ୍ଥା ଥିଲେ ୧ରୁ ୩ଫୁଟ ପର୍ୟ୍ୟନ୍ତ ଛିଙ୍କର ବିନ୍ଦୁ ବ୍ୟାପେ । କିନ୍ତୁ ତାହା ଛୋଟ ଛୋଟ ବୁନ୍ଦାକୁ ସମ୍ପୂର୍ଣ୍ଣ ବନ୍ଦ କରିପାରେ ନାହିଁ । ମାସ୍କ ପିନ୍ଧିଥିଲେ ମଧ୍ୟ କାଶ ଓ ଛିଙ୍କିବା ସମୟରେ ହାତ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । କରୋନା ମହାମାରୀକୁ ରୋକିବା ପାଇଁ ଏବେ ଏକ ବଡ଼ ଚ୍ୟାଲେଞ୍ଜ ସାମ୍‌ନା ଠିଆ ହୋଇଛି । ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଏହି ଅଧ୍ୟୟନ ସ୍କୁଲ ଅଫ୍‌ ମେକାନିକାଲ ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର ଡ. ଭେନୁଗୋପାଳ ଅରୁମୁରୁ ଓ ତାଙ୍କ ଟିମ୍‌ ଦ୍ୱାରା ହୋଇଥିବା କୁହାଯାଇଛି ।

jayashree
Leave A Reply

Your email address will not be published.