ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ

ପାଟଣା : ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି । ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୁନ ୨୩ ତାରିଖ ବଳିଦାନ ଦିବସରୁ ଜୁଲାଇ ୬ ତାରିଖ ଜନ୍ମ ଦିବସ ଦୀର୍ଘ ୧୪ ଦିନ ରାଜ୍ୟ ବ୍ୟାପୀ, ବିଜେପି ନଦୀ ସୁରକ୍ଷା ସମିତି ‘ନମାମି ଗଙ୍ଗେ’ ତରଫରୁ ଓଡିଶାର ସମସ୍ତ ନଦୀ ଘାଟ ସଫେଇ କରାଯିବା ସହିତ ନଦୀ ଅବବାହିକାରେ ଚାରା ରୋପଣ କାର୍ଯ୍ୟକ୍ରମ ଚାଲୁରହିଛି । ଏହି ଅବସରରେ ଗତକାଲି କେନ୍ଦୁଝର ଜିଲ୍ଲାର ପାଟଣା ପରମେଶ୍ୱର ଶିବ ମନ୍ଦିର ବୈତରଣୀ ନଦୀ ଘାଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ‘ନମାମି ଗଙ୍ଗେ’ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଦୀ ଘାଟ ସଫେଇ କରିବା ସହିତ, ପରମେଶ୍ୱର ଶିବ ମନ୍ଦିର ଘାଟ ବୈତରଣୀ ନଦୀ କୂଳରେ ଆମ୍ବ ଗଛ, ବଉଳ ଗଛ, କଦମ୍ବ ଗଛ ଆଦି ଚାରା ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ମହାନ୍ତି, ବିଜେପିର ବରିଷ୍ଠ ନେତା ଅଖିଳ ଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସବୀର କୁମାର ଦାଶ, ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ହରିହର ମହାନ୍ତ, ବିଜେପିର ବରିଷ୍ଠ ନେତା ଦୁର୍ଗା ଚରଣ ନାୟକ, ପ୍ରାଣବନ୍ଧୁ ସାହୁ, ସରୋଜ କୁମାର ସାହୁ, ରାଜେନ୍ଦ୍ର କୁମାର ସାହୁ, ନାଗେଶ୍ଵର ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଅଭୟ କୁମାର ବେହେରା, ଯୁଧିଷ୍ଠିର ମହାନ୍ତ, ନିତେଶ ମହାନ୍ତ, ଅଜୟ କୁମାର ଭଞ୍ଜ, ଦୀପକ କୁମାର ମହାନ୍ତ, ଗୀତିକଣ୍ଠ ପାତ୍ର ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.