ନବ ବିବାହିତାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

ସମ୍ବଲପୁର : ନବ ବିବାହିତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସମ୍ବଲପୁରର ଜଣେ ଯୁବତୀ ଗତ ଜାନୁଆରୀରେ ଗୋବିନ୍ଦତୋଲାର ବବୁଲୁ ପାଢୀଙ୍କୁ ବିବାହ କରିଥିଲେ । ବିବାହ ପରେ ଯୌତୁକ ପାଇଁ ସ୍ତ୍ରୀ ସହିତ ବବୁଲୁ ଝଗଡା କରି ଆସୁଥିଲେ । ନିର୍ୟାତନା ଅସହ୍ୟ ହେବାରୁ ସେ ତାଙ୍କ ବାପ ଘରକୁ ଚାଲିଆସିଥିଲେ । ଗତକାଲି ସେ ମହିଳା ଥାନାରେ ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ten + seventeen =

error: Content is protected !!