ସଡକ ଦୁର୍ଘଟଣା, ୬ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ପାଟଣାଗଡ଼ ରାସ୍ତା ସୁଲିଆ ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌ । ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଏକ କାର୍‌ ଛତିଶଗଡ଼ ବିଳାସପୁରରୁ ହରିଶଙ୍କର ଯାଉଥିଲା । ହେଲେ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡି ଭିତରେ ଥିବା ୬ଜଣ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପଦ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

eighteen + five =

error: Content is protected !!