ପୁଣି ଶିଶୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ଶବ ଠାବ କରାଯାଇଥିଲା । ଗତକାଲି ପୁଣି ଏକ ଶିଶୁର ଶବ ମିଳିଛି ସହର ଭିତରୁ । ଏଥର ଶବ ମିଳିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଷ୍ଟ୍ରୋରରୁମ୍‌ ପଛପଟ ପରିତ୍ୟକ୍ତ ସ୍ଥାନରୁ । କେହି ଜଣେ ମୃତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଗଳିତ ଶବ ହୋଇଥିବାରୁ ଶିଶୁଟି ପୁଅ ନା ଝିଅ ଜଣାପଡିନାହିଁ । ବାରମ୍ବାର ମୃତ ଶିଶୁ ମିଳୁଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.

three × 2 =

error: Content is protected !!