ଖାଇବା ତେଲ ଦର ୯% ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦର ୯% ହ୍ରାସ । ଗତ ମାସ ଘରୋଇ ବଜାରରେ ଖାଇବା ତେଲ ଦର ୯% ହ୍ରାସ ଘଟିଛି । ଚଳିତ ମାସ ଏଥିରେ ଆହୁରି ହ୍ରାସ ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ଯୋଗାଣ ବୃଦ୍ଧି ଯୋଗୁ ଘରୋଇ ବଜାରରେ ତେଲ ଦର କମୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଗତ ମାସ ଅନ୍ତର୍ଜାତୀୟ ବଜାରରେ ସୂର୍ଯ୍ୟମୁଖୀ, ସୋରିଷ ତେଲ ଏବଂ ନଡ଼ିଆ ତେଲ ଦାମ ୨ରୁ ୧୩.୫% ଖସିଛି । ସୋୟାବିନ ତେଲ ଦାମ ସ୍ଥିର ରହିଛି ଏବଂ ପାମ୍‌ ଅଏଲ୍‌ରେ ସାମାନ୍ୟ ବୃଦ୍ଧି ଘଟିଛି । ଏହା ମଧ୍ୟରେ ଘରୋଇ ବଜାରରେ ସୂର୍ୟ୍ୟମୁଖୀ ତେଲକୁ ଛାଡ଼ି ଅନ୍ୟ ସମସ୍ତ ଖାଇବା ତେଲ ଖୁଚୁରା ଦର ୨ରୁ ୯% ହ୍ରାସ ଘଟିଛି ।

Leave A Reply

Your email address will not be published.

3 × 3 =