ଟ୍ରକକୁ ପିଟିଲା ପିକ୍‌ଅପ୍‌ : ଜଣେ ମୃତ, ଜଣେ ଆହତ

ଧମା : ସୋନପୁର-ସମ୍ବଲପୁର ୧୫ ନଂ ରାଜ୍ୟ ରାଜପଥ ଧମା ଥାନା ବାଲପୁର ବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଲେ ବରଗଡ ଜିଲ୍ଲା ବରପାଲିର ପ୍ରକାଶ ଜାତ(୨୩) । ପୁଲିସର ସୂଚନା ଅନୁସାରେ ଏକ କୁକୁଡା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ଓଡି୩୧ଜି୨୭୩୦) ରେମେଡ୍‌ରୁ ବରପାଲିକୁ ଫେରିବା ବେଳେ ବାଲପୁର ବ୍ରିଜ ଉପରେ ଖରାପ ହୋଇ ଛିଡାହୋଇଥିବା ଲୁହାପାଇପ ବୋଝେଇ ଟ୍ରକ୍‌(ଓଆର୍‌୦୫ଏଏ୧୮୮୭)କୁ ପିକ୍‌ଅପ୍‌ ଭ୍ୟାନ୍‌ଟି ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ପିକ୍‌ଅପ୍‌ ଚାଳକ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା । ଆହତ ହେଲ୍‌ପର୍‌ଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

nineteen − 1 =

error: Content is protected !!