ରୁଣ୍ତିମହୁଲ ସେବା ସମବାୟ ସମିତିରୁ ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ତିମହୁଲ ସେବା ସମବାୟ ସମିତି ସଦସ୍ୟ ନିର୍ବାଚନର ରବିବାର ନାମାଙ୍କନ ପତ୍ର ପ୍ରତ୍ୟାହାର ଦିନଥିଲା । ୧୩ ଜଣ ସଦସ୍ୟ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ଫଳରେ ସମୁଦାୟ ୧୫ଟି ଜୋନର ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସମିତିର ୧୫ଟି ଜୋନରୁ ୧, ୧୩ ଓ ୧୪ ଜୋନ ଅପ୍ରତିଦ୍ୱନ୍ଦି ରହିଥିବା ବେଳେ ଅନ୍ୟ ୧୨ଟି ଜୋନରେ ପ୍ରତିସ୍ୱନ୍ଦିତା ରହିଥିଲା । ଆଜି ପ୍ରତ୍ୟାହାର ଦିନ ଧାର୍ଯ୍ୟ ସମୟ ପରେ ସମସ୍ତ ସଦସ୍ୟଙ୍କୁ ନିର୍ବାଚନ ଅଧିକାରୀ ଦିଲ୍ଲିପ କୁମାର ମଲିକ ବିଜୟୀ ଘୋଷଣା କରିଥିଲେ । ୧ ରୁ ସୁଧିର ଖଟୁଆ, ୨ରୁ ସୀତାରାମ ଖଟୁଆ, ୩ରୁ ସଦାନନ୍ଦ ପ୍ରଧାନ, ୪ରୁ ଲବ କୁମାର ପ୍ରଧାନ, ୫ରୁ ପ୍ରଦୀପ ବାରିକ, ୬ରୁ ସନତ କୁମାର ବାରିକ, ୭ରୁ ବିନାୟକ ସାହୁ, ୮ରୁ ପ୍ରମୋଦ ରଣା, ୯ରୁ ଭାଗରଥି ଦନ୍ତା, ୧୦ରୁ ଦେଶବନ୍ଧୁ ଖଟୁଆ, ୧୧ରୁ ଗିରିଶ ଦଳବେହେରା, ୧୨ରୁ ଜନ୍ମଞ୍ଜୟ କଅଁର, ୧୩ରୁ ରୁକ୍ମଣୀ ସାହୁ, ୧୪ରୁ ତହସିଲ ନାଗ ଓ ୧୫ରୁ ବିନୋଦିନୀ ପ୍ରଧାନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ଶ୍ରୀ ମଲିକ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରେ ପୂର୍ବତନ ଡାଇରେକ୍ଟର ପୂର୍ଣ୍ଣଚରଣ ସାହୁ, ରେଙ୍ଗାଲି ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରମୋଦ ରଣା, ରୁଣ୍ତିମହୁଲ ପଞ୍ଚାୟତ ସରପଞ୍ଚ ପଞ୍ଚାନନ ସାହୁ, ପୂର୍ବତନ ସଭାପତି ରାଧାବଲ୍ଲଭ ପ୍ରଧାନ, ଅଶୋକ କୁମାର ବାରିକ, ଉମାକାନ୍ତ ବାରିକ, ବଳରାମ ବାରିକ, କୃଷ୍ଣ ସାହୁ, ସିଦ୍ଧେଶ୍ୱର ସାହୁ, ଗଜିନ୍ଦ୍ର ସାହୁ, ଉମାକାନ୍ତ ସାହୁ, ସନ୍ତୋଷ ଦନ୍ତା, ରାମହରୀ ପ୍ରଧାନ, ଲକ୍ଷ୍ମୀକାନ୍ତ ଖଟୁଆ, ଅନିଲ କୁମାର ପ୍ରଧାନ, ଗୋପାଲ ପୁରୋହିତ, ଜୟକୃଷ୍ଣ ମିଶ୍ର, ପୁରନ୍ଦର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ନିର୍ବାଚନ ପ୍ରକ୍ରିୟାରେ ସଂପାଦକ ସୁଦାମ ବାରିକ ଓ ଲକ୍ଷ୍ମୀ ଦନ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

two × 4 =