ଅଭାବନୀୟ ଦୃଶ୍ୟ : ପୁଲିସ ବାଇକ ଯୋଗେ କୋର୍ଟ ଚାଲାଣ କରୁଛି ଅଭିଯୁକ୍ତକୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପାଇଁ ହେଲେ ତାଙ୍କୁ କଡାକଡି ଭାବରେ ଗାଡି ଯୋଗେ ନିଆ ଯାଇଥାଏ । ହେଲେ ଥାନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏବେ ବାଇକରେ ଅଭିଯୁକ୍ତଙ୍କୁ ନିଆଯାଉଛି । ଯଦି ଫେରାର ମାରିବାରେ ଅଭିଯୁକ୍ତ ସଫଳ ହୁଏ, ତେବେ ଦାୟୀ ହେବ କିଏ ବୋଲି ସାଧାରଣରେ ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ, ବଡ଼ମାଲ ଫାଣ୍ଡି ଅନ୍ତଗର୍ତ ବରଗାଁର ଚିତ୍ତରଂଜନ କୁମ୍ଭାରଙ୍କ ସ୍ତ୍ରୀଙ୍କୁ ଗାଁର ଯୁବକ ଆଲୋକ ସୁନା ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗକୁ ଭିତ୍ତି କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଘଟଣାର ସତ୍ୟତା ଜାଣିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଟିଟିଲାଗଡ଼ କୋର୍ଟ ଚାଲାଣ କରାଯାଇଛି । ତେବେ ବଡ଼ମାଲ ଫାଣ୍ଡିର କନେଷ୍ଟବଳ ମୁଦାଲାକୁ ନେଇ କୋର୍ଟ ନେଇଛନ୍ତି । ଏଥିରେ ପ୍ରଶ୍ନ ଉଠେ ଯେ, ଜଣେ ଅଭିଯୁକ୍ତଙ୍କୁ ନେବା ପାଇଁ ହେଲେ ପୁଲିସ ପକ୍ଷରୁ କଡା ସୁରକ୍ଷାରେ ତାକୁ ନିଆଯାଇଥାଏ । ଅଭିଯୁକ୍ତଙ୍କୁ ବାଇକରେ କୋର୍ଟ ଚାଲାଣ କରାଯାଉଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.

1 × two =

error: Content is protected !!