pakka

ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ

bbehera

ପୁଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣିଥରେ ଗିରଫ ହୋଇଛନ୍ତି । ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବିଡିଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ । ଏବେ ବ୍ଲକ୍‌ରେ ଆତଙ୍କରାଜ ଖେଳାଇବା ଅଭିଯୋଗରେ ପୁଇଁନ୍ତଲା ପୋଲିସ୍‌ ସନ୍ତୋଷଙ୍କୁ ଗିରଫ କରିଛି । ବ୍ଲକର ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ ମାରିବା, ବ୍ଲକ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନେଇ ପୁଇଁନ୍ତଲା ବିଡିଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ନିଜେ ଯନ୍ତ୍ରୀ ମଧ୍ୟ ଏ ନେଇ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍‌ ମାମଲା ରୁଜୁ କରି ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷେ ପୁଇଁନ୍ତଲା ବ୍ଲକ୍‌ରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବ୍ଲକ୍‌ ପରିସରରେ ଭୟର ବାତାବରଣ ଦେଖାଦେଇଥିବା ସାଧାରଣରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

eight + eighteen =