pakka

ଆଗଲପୁର ଫାଣ୍ଡି ଥାନା ହେଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଫାଣ୍ଡିକୁ ଥାନାରେ ଉନ୍ନିତ କରାଗଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ ହେତୁ ନୂତନ ଥାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହାଇଛି । ଥାନା ହେବାପରେ ଅଞ୍ଚଳର ଆଇନ ଶୃଙ୍ଖଳା ଦିଗରେ ପୁଲିସ ଅଧିକ ସକ୍ଷମ ଓ ତତ୍ପର ହେବ ବୋଲି ଅଞ୍ଚଳବାସୀ ଆଶା ରଖିଥିଲେ । ହେଲେ ଫାଣ୍ଡି ଥାନାର ରୂପ ସିନା ନେଲା ତାହା ପୂର୍ବପରି ରହିଥିବା କୁହାଯାଇଛି । ପିଇବା ପାଣି ବ୍ୟବସ୍ଥା, ଅଭିଯୋଗକାରୀଙ୍କ ପାଇଁ ଅଭ୍ୟର୍ଥନା ଗୃହ ନଥିବା କୁହାଯାଇଛି । ପୁଲିସ କର୍ମଚାରୀମାନଙ୍କ ସକାଶେ କ୍ୱାର୍ଟର, ଯାନବାହାନ ରଖିବା ପାଇଁ ପାର୍କିଂ ତଥା ଆବଶ୍ୟକ ଷ୍ଟାପର ଅଭାବ ରହିଛି । ଏଭଳି ଅବସ୍ଥାରେ ପୁଲିସ କର୍ମଚାରୀ ଅସାମାଜିକ କାର୍ଯ୍ୟ, ମଦ, ଗଞ୍ଜେଇ, କାରବାର ଧରପଗଡ ଏବଂ ବିଭିନ୍ନ ଅପରାଧିକ କାର୍ଯ୍ୟ ରୋକିବାରେ କିପରି ସଫଳ ହେବେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ପୁଣି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ପେଟ୍ରୋଲିଂ କାମ ମଧ୍ୟ ହୋଇପାରୁନଥିବା ଅଭିଯୋଗ ହୋଇଛି । ଏହା ବ୍ୟତିତ ଆଗଲପୁର ଥାନା ଅଧିନରେ ନଅଗାଁ (କ), ବାବୁଫାସଡ, ବୁଦୁଲା, ରିନବଚନ, ଆଗଲପୁର, ରୋତ, ଉପରବାହାଲ, ଡୁଡୁକା, ନୁନିଆଁପାଲି, ଝରନିପାଲି, ଭରସୁଜା ଆଦି ୯ଟି ପଂଚାୟତ ରହିଛି । ଆଗଲପୁରରୁ ନଅଗାଁ (କ) ୧୨ରୁ ୧୫ କିଲୋମିଟର ଦୂରରେ ଥିବାରୁ ନଅଗାଁ (କ)ରେ ଏକ ନୂତନ ଫାଣ୍ଡି ସ୍ଥାପନ ପାଇଁ ଦାବୀ ହେଉଛି । ଜିଲ୍ଲା ପୁଲିସ ବିଭାଗ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

two × 3 =

error: Content is protected !!