pakka

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିବିର ଉଦ୍‌ଯାପିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଜୁନିୟର ରେଡକ୍ରସ୍‌ ପ୍ରଶିକ୍ଷଣ ଓ ତାଲିମ ଶିବିର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେଲଗାଁ ସ୍ଥିତ ସରକାରୀ ବିଜୟାନନ୍ଦ ହାଇସ୍କୁଲଠାରେ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ଆନ୍ତର୍ଜାତୀୟ ରେଡକ୍ରସ୍‌ ସଂସ୍ଥାରେ ଯୋଗଦେଇ ନିଜର ପରିବାର ତଥା ବିଦ୍ୟାଳୟ ତଥା ଜିଲ୍ଲାକୁ ଗୌରବାନ୍ୱିତ କରିବା ଉଚିତ୍‌ । ସ୍ୱାସ୍ଥ୍ୟ, ସେବା, ବିଶ୍ୱବନ୍ଧୁତା ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ । ପଢିବା, ବଢିବା, ଗଢିବା ଏହାକୁ ଆଖି ଆଗରେ ରଖି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟ କରିବାକୁ ହେବ ବୋଲି ମନ୍ତ୍ରୀ ଟୁକୁନୀ ସାହୁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ରିତା ରାଣୀ ହାତୀ, ବିଜୟାନନ୍ଦ ହାଇସ୍କୁଲର ମୋ ସ୍କୁଲ କମିଟିର ସଭାପତି ନିହାର ରଞ୍ଜନ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ପାଟଣାଗଡ ବିଇଓ ଶଙ୍କର ମାଝି, ପୁଇଁନ୍ତଲା ବିଇଓ ଲୋକନାଥ ସୁନା, ଟିଟିଲାଗଡ ବିଇଓ ଆର୍ତ୍ତତ୍ରାଣ ରଥ, ଜୁନିୟର ରେଡକ୍ରସ୍‌ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ପରିଚୟ ଛତାମଖନା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଳମଣୀ ପଟେଲ କରିଥିବା ବେଳେ ବିବରଣୀ ପାଠ ଜିଲ୍ଲା ଜୁନିୟର ରେଡକ୍ରସ୍‌ ଅଫିସର ସୁବାଷ ଚନ୍ଦ୍ର ପଟେଲ କରିଥିଲେ । ତିନି ଧରି ହୋଇଥିବା କାର୍ଯ୍ୟକ୍ରମରେ ରେଡକ୍ରସ୍‌ର ଇତିହାସ, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ତ୍ୱ, ଦୈବୀ ଦୁର୍ବିପାକ, ବାଲ୍ୟ ବିବାହ, ଶିଶୁ ସୁରକ୍ଷା, ଅଗ୍ନିପ୍ରଶବନ ତଥା ଓଡ୍ରାଫ ଟିମ୍‌ ଦ୍ୱାରା ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁନିୟର ଓ କାଉନସିଲରମାନଙ୍କ ସହାୟତାରେ ସଡକ ସୁରକ୍ଷା ବିଷୟରେ ଏକ ଶାନ୍ତି ଶୋଭାଯାତ୍ରା ବେଲଗାଁ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି ଅସବରରେ ବ୍ୟକ୍ତିଗତ ତଥା ଦଳଗତ ଜୁନିୟରମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିବିରର ଅନୁଭୂତି ବିଷୟରେ କାଉନସିଲର ଅରବିନ୍ଦ କୁମ୍ଭାର ଓ ପଦ୍ମଜା ନନ୍ଦିନୀ ବୋହିଦାର କହିଥିଲେ । ଚଳିତ ବର୍ଷ ଉତ୍ତମ ପୁରୁଷ କାଉନସିଲର ଭାବରେ ଶେଷଦେବ ବାରିକ ଓ ମହିଳା କାଉନସିଲର ବିଜୟାନନ୍ଦ ବୋହିଦାରଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଦିଗାମ୍ବର ନାଏକ, ଦିଲିପ ଯୋଶୀ, ସୁରଜ କୁମାର ନାଏକ, ସାଧନକର୍ମୀ ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ, ଘନଶ୍ୟାମ ମେହେର, ଡେଙ୍ଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର, କେରମେଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ମିଶ୍ର, ସିସକେଲା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ବେହେରା, ଏସଏସଡିିର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା, କଅଁସର ହାଇସ୍କୁଲର ପ୍ରଧାନ ଶିକ୍ଷକ ଘନଶ୍ୟାମ ଦଣ୍ଡସେନା, ବୁଢାବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବରୁଣ ସାହୁ, ସଇଁନ୍ତଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜ୍ୟୋତିମର୍ୟୀ ମହାପାତ୍ର, କାଉନସିଲର ଦୀପକ ସେନ ଧରୁଆ, ହେମନ୍ତ ବେମାଲ ତଥା ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ହେମନ୍ତ ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଜୟାନନ୍ଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

14 − 5 =

error: Content is protected !!