csstore

ରକ୍ତ ଅଭାବରେ କାହାର ମୃତ୍ୟୁବରଣ ନହେଉ : ଏହି କ୍ରମେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରକ୍ତ ଅଭାବରେ କାହାର ମୃତ୍ୟୁବରଣ ନହେଉ । ଏହି କ୍ରମେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଆସି ରାଜ୍ୟରେ ଏକ ଚର୍ଚ୍ଚିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ମ୍ୟାଗା କ୍ୟାମ୍ପର ଆୟୋଜନ କରି ଆସୁଛନ୍ତି, ତାହା ସାଂଗକୁ ପ୍ରତି ବର୍ଷ ଏଭଳି ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ଛତ୍ରପୁର ପ୍ରେସ କ୍ଲବ ଏହି ବଳିଷ୍ଠ ପଦକ୍ଷେପ ନେବାକୁ ବଦ୍ଧପରିକର ହୋଇଛନ୍ତି । ଯାହାକି, ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ୍‌ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାସୀମ୍ ଇଣ୍ଡଷ୍ଟ୍ରି କେମିକାଲସ୍ କମ୍ପାନୀର ୟୁନିଟ୍‌ ମୁଖ୍ୟ ଅଜୟ ଗୁପ୍ତା, ଗ୍ରାସୀମ୍ ଇଣ୍ଡଷ୍ଟ୍ରିର ଏଚ. ଆର୍‌. ମୁଖ୍ୟ ନିରୋଜା ପଟ୍ଟନାୟକ, ଏଚ୍‌. ଆର୍‌. ସୁସ୍ମିତା ବେହେରା, ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାସ, ଡ଼ା. ଅଲେଖ ପ୍ରଧାନ, ବ୍ରହ୍ମପୁର ଏମ୍. କେ. ସି. ଜି. ଗ୍ୟାସ୍-ଷ୍ଟ୍ରୋ ବିଭାଗ ବିଶେଷଜ୍ଞ ଆଶୁତୋଷ ପ୍ରଧାନ ଯୋଗଦେଇ ସାମ୍ୱାଦିକମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର ନାଥ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁରୁଖୁରେ ସମ୍ପାଦିତ ହୋଇ ଏହି ଶିବିରରେ ସର୍ବମୋଟ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବ୍ରହ୍ମପୁର ରକ୍ତଭଣ୍ଡାର କାର୍ଯ୍ୟାଳୟର ଡାକ୍ତର, ସହକାରୀ ବିଭାଗୀୟ ସହାୟାତା ଅଧିକାରୀ ଓ କର୍ମଚାରୀଗଣ ଏହି ମେଗା ରକ୍ତଦାନ ଶିବିରରେ ସକ୍ରିୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.