jsm

ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଘନଶ୍ୟାମ ବେହେରା ଅବସର ଗ୍ରହଣ କରିଛନ୍ତି । ସେ ପ୍ରାୟ ଦୁଇ ବର୍ଷଧରି ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ସମ୍ବଲପୁର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ନିଜର କର୍ମମୟ ଜୀବନ ଆରମ୍ଭ କରି ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଓ ଶେଷରେ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ନିଜର ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନା କରି ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ତିନି ଦଶନ୍ଧି ଧରି ଅଧ୍ୟାପନା କରି ଛାତ୍ର ସମାଜରେ ପରିଚିତ ଲାଭ କରିଥିଲେ । ଏ ଅବସରରେ ମହାବିଦ୍ୟାଳୟରେ ଏକ ସେବା ନିବୃତ୍ତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ ଅଶୋକ କୁମାର ମହାରଣା ନିଜ ହସ୍ତ ଅଙ୍କିତ ଅଧ୍ୟକ୍ଷଙ୍କ ଫଟୋ ଚିତ୍ର ଉପହାର ଦେଇଥିଲେ । ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ତାଙ୍କ ସହ ବିତେଇଥିବା ମୂହୁର୍ତ୍ତଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ସେବା ନିବୃତ୍ତ ଜୀବନ ସୁଖମୟ ଓ ଫଳପ୍ରଦ ହେଉ ବୋଲି କାମନା କରିଥିଲେ । ଡ଼ କୌତୁକ ପନ୍ଦର ମାନପତ୍ର ପଠନ କରିଥିଲେ । ସଭାକୁ ଡ଼. ଅଶୋକ କୁମାର ମହାରଣା ପରିଚାଳିତ କରିଥିବାବେଳେ, ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ବନ୍ଦନା ବାର, ଡ଼. ରମଣୀ ନାୟକ, ସରୋଜ କୁମାର ସାହୁ, ଆଶୀର୍ବାଦ ସାହୁ, ପଙ୍କଜ ଖମାରୀ, ପୁରୁଷୋତ୍ତମ କିସାନ୍, ଭବାନୀ ପଟେଲ୍, ଫୁଲ ସାହୁ, ବିଶ୍ଵ ଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ଶ୍ରୁତି ମିଶ୍ର, ଡ଼. ଅଜିତ୍ କୁମାର ପୂଜାହାରି, କମଳାକାନ୍ତ କରାଲି ପ୍ରମୁଖ ସ୍ମୃତି ବଖାଣି ଥିଲେ । ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ତଥା କର୍ମଚାରୀ ସାହାଯ୍ୟ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.